ଭୁବନେଶ୍ବର : ରାଜଧାନୀରେ କମିଶନରେଟ ପୋଲିସ ପକ୍ଷରୁ ବଡ଼ ଧରଣର ଚଢ଼ଉ । ଭୁବନେଶ୍ୱର ଜୟଦେବ ବିହାର ଛକରେ ଥିବା ପାନ ଦୋକାନ ଚା ଦୋକାନରେ ରେଡ କରାଯାଇଛି । ସନ୍ଧାନୀ କୁକୁରଙ୍କୁ ସାଥିରେ ନେଇ ଏକାଧିକ ଦୋକାନରେ ସ୍ପେଶାଲ କ୍ରାଇମ୍ ୟୁନିଟର ଚଢାଉ କରାଯାଇଛି । ଚଢ଼ାଉ ବେଳେ ପାନ ଦୋକାନରୁ ବିପୁଳ ପରିମାଣର ଗଞ୍ଜେଇ, ସିଗାରେଟ୍ ଜବତ ହୋଇଛି । ୨ ଓମଫେଡ୍ ପାର୍ଲର ସିଲ କରାଯାଇଥିବା ବେଳେ ୨ ନିଶାଡ଼ି ଗିରଫ ଓ ୮ ଜଣ ଅଟକ ରହିଛନ୍ତି ।
ସୂଚନା ଥାଉକି ଜୟଦେବ ବିହାର ଛକରେ ଥିବା ଚା ପାନ ଦୋକାନରେ ଅନେକ ଦିନ ହେବ ଚାଲିଥିଲା ଡ୍ରଗ୍ସ ଓ ଗଂଜେଇ କାରବାର । ଯାହା ସମ୍ପର୍କରେ ପୋଲିସ କୌଣସି ସୂତ୍ରରୁ ଖବର ପାଇ ଆଜି ଚଢ଼ଉ କରିଥିଲା । ସବୁଠୁ ଆଶ୍ଚର୍ଯ୍ୟକର କଥା ହେଉଛି ସିଗାରେଟ ଓ ପାନ ଭିତରେ ପୁରାଇ ଏହି ନିଶା କାରବାର ଚାଲିଥିଲା । ଏଥିସହ ଆପୋଲୋ ହସ୍ପିଟାଲ ସ୍ଥିତ ବିସେଶ୍ବର ବସ୍ତିରେ ମଧ୍ୟ ରେଡ ହୋଇଛି । ଦିନକୁ ଦିନ ରାଜଧାନୀ ଭୁବନେଶ୍ୱର ନିଶାବେପାରୀଙ୍କ ହବ ପାଲଟିଗଲାଣି । କେତେବେଳେ ପ୍ରେସ ଗାଡି ଲେଖି ନିଶାବେପାର କରୁଛନ୍ତି ତ କେତେବେଳେ ପାନ ଦୋକାନରେ ଗଞ୍ଜେଇ ବେପାର ଏମିତି ନିଶାବେପାରୀ ମାନେ ବିଭିନ୍ନ ଉପାୟରେ ଚଳାଇଛନ୍ତି ନିଶାକାରବାର ।