ଭଦ୍ରକ:ଭଦ୍ରକ ଜିଲାରେ ଜାରି ରହିଥିବା ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ଶୁକ୍ରବାର ୪ ବ୍ଲକର ୨୦୫ ସ୍କୁଲ ଓ ୨୬୫ ଅଙ୍ଗନୱାଡି କେନ୍ଦ୍ର ବନ୍ଦ ରଖିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଶିଶୁମାନଙ୍କ ସୁରକ୍ଷା ପାଇଁ ତିହିଡ଼ି, ଭଦ୍ରକ, ଚାନ୍ଦବାଲି ଓ ଧାମନଗର ବ୍ଲକର ବନ୍ୟା ପ୍ରଭାବିତ ଅଞ୍ଚଳରେ ସ୍କୁଲ, ଅଙ୍ଗନୱାଡି କେନ୍ଦ୍ର ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଆଞ୍ଚଳିକ ପାଣିପାଗ କେନ୍ଦ୍ରରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ଭଦ୍ରକ ଜିଲ୍ଲାର ଆଖୁଆପଦାରେ ସର୍ବାଧିକ ବର୍ଷା ୫୮.୬ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।
ଭଦ୍ରକ ତିହିଡି ବ୍ଲକ୍ ମାତଗଜପୂର୍ ଠାରେ ନାଳିଆ ନଦୀ ରେ ଘାଇ ହୋଇଛି । ୨୦ଫୁଟ ରୁ ଆରମ୍ଭ ହୋଇଥିବା ଘାଇ ଏବେ ପ୍ରାୟ ୯୦ ଫୁଟରେ ପହଞ୍ଚିଛି । ଯୁଦ୍ଧ କାଳିନ ଭିତ୍ତିରେ ମରାମତି କାମ ଜାରି ରହିଛି।