ବେତ କାରିଗରୀ ହେଉଛି ଏକ ନିଆରା ବୃତ୍ତି ।ଏହି ବେତ କାରିଗରୀ ପାଇଁ ଖୋର୍ଦ୍ଧା ଜିଲ୍ଲାର ବାଣପୁର ସାରା ଓଡିଶା ପ୍ରସିଦ୍ଧ । ଖାଲି ଓଡିଶା ନୁହେଁ ବରଂ ଓଡିଶା ବାହାରେ ମଧ୍ୟ ଏହାର ଚାହିଦା ଢେର ରହିଛି । ସୁନ୍ଦର କାରୁକାର୍ଯ୍ୟରେ ନିପୁଣ କାରିଗର ମାନେ ପରିବାର ପ୍ରତିପୋଷଣ ନିମିତ୍ତ ବେତ କାମକୁ ନିଜର ଜୀବିକା ଭାବରେ ଧରି ନେଇଥିଲେ । ଏହି ବେତ କାରିଗରୀରେ ତିଆରି ହୋଇଥିବା ଜିନିଷ ସମସ୍ତଙ୍କୁ ଆକୃଷ୍ଟ କରିଥାଏ । କିନ୍ତୁ ଏହି କୌଳିକ ବୃତ୍ତି ଏବେ ହଜିବାକୁ ଲାଗିଲାଣି । କୁଟୀର ଶିଳ୍ପକୁ ଅଗ୍ରାଧିକାର ଦିଆଯିବାର ଡିଣ୍ଡିମ ପିଟୁଥିଲେ ବି ବାସ୍ତବ ଚିତ୍ର ଅଲଗା ବୋଲି ବାଣପୁର ସ୍ଥିତ ଏହି ବେତ କାରିଗରଙ୍କୁ ଦେଖିଲେ ଜଣାପଡେ।
ଦିନଥିଲା ନିଜ ଅଞ୍ଚଳ ହେଉ କି ଓଡ଼ିଶାର କୋଣ ଅନୁକୋଣରେ ବେତରେ ତିଆରି ନାନା ଉପକରଣ ସମସ୍ତେ ଘର ପାଇଁ କ୍ରୟ କରୁଥିଲେ l କିନ୍ତୁ ମୂଲ୍ୟରେ ଅହେତୁକ ବୃଦ୍ଧି ହେତୁ ଧୀରେଧୀରେ ଲୋକଙ୍କର ଆଗ୍ରହ କମିଗଲାଣି l ଯାହାଫଳରେ ଆଉ ଆଗଭଳି ବିକ୍ରି ହେଉନାହିଁ ବେତ ଉପକରଣ । ସେ ସମୟରେ ପ୍ରାୟ 50 ରୁ ଉର୍ଦ୍ଧ୍ବ ଦୋକାନ ଥିବାବେଳେ ଏବେ ହାତ ଗଣତି ଆଠ ଦଶଟା ଦୋକାନୀ ନିଜ ବେଉସାକୁ ଭରସା କରି ବେତ କାମ ଜାରି ରଖିଛନ୍ତି l କାରିଗର ମାନେ ଦିନକୁ ମାତ୍ର ଚାରିଶହ ଟଙ୍କାରୁ ପାଞ୍ଚଶହ ଟଙ୍କା ମଜୁରୀରେ ସୀମିତ ରହିବାରୁ ବହୁ କଷ୍ଟରେ ପରିବାର ପ୍ରତିପୋଷଣ କରୁଥିବାରୁ ଦିନକୁ ଦିନ ବେତ କାରିଗରୀମାନେ ଏହି କୌଳିକ ବୃତ୍ତିକୁ ଛାଡି ଅନ୍ୟ କାମ କରି ଗୁଜୁରାଣ ମେଣ୍ଟାଉଛନ୍ତି। ଲୋକାଲ ମାର୍କେଟରେ ଏହାର ଚାହିଦା ନ ଥିବାରୁ ଏହି ଯୋଜନା ଅର୍ଡର ଅନୁସାରେ ଭୁବନେଶ୍ୱର, ବ୍ରହ୍ମପୁର ଓ କଟକକୁ ବେତରେ ନିର୍ମିତ ବହୁ ଉତ୍କୃଷ୍ଟ ସୌଖିନ ଆସବାବ ପତ୍ର ସପ୍ଲାଏ କରୁଥିବା ଦୋକାନୀ ମାନେ କୁହନ୍ତି। କାରୁକାର୍ଯ୍ୟ ପୂର୍ଣ୍ଣ ଜିନିଷ ବିକ୍ରି କରିବାକୁ ହେଲେ ଯେଉଁମାନେ ଅର୍ଡର ଦିଅନ୍ତି ସେମାନଙ୍କ ପାଇଁ ତିଆରି କରୁଛୁ । ପ୍ଲାଷ୍ଟିକ ଯୋଗୁଁ ବେତ ସାମଗ୍ରୀର ଚାହିଦା ବଦଳି ଯାଇଛି। ବେତର କଞ୍ଚାମାଲ ଆସାମ ଏବଂ କଲିକତାରୁ ଚଢ଼ା ଦରରେ କିଣୁଥିବା ବେଳେ ଲୋକାଲ ବେତ ଜଙ୍ଗଲ ପାଖାପାଖି ଗ୍ରାମ ଗୁଡିକର ଲୋକମାନଙ୍କ ପାଖରୁ କିଣାଯାଉଥିବା ଦୋକାନୀ ମାନେ ପ୍ରକାଶ କରିଛନ୍ତି। ସରକାରଙ୍କ ତରଫରୁ ସବୁ ପ୍ରକାର ସାହାଯ୍ୟ ସହଯୋଗ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ପ୍ରତିଶ୍ରୁତି କେବଳ ସ୍ୱପ୍ନ ହୋଇ ରହିଗଲା l ସରକାରଙ୍କର କୌଣସି ଯୋଜନା ଆମ ପାଖରେ ପହଞ୍ଚି ପାରି ନାହିଁ ତେବେ ସ୍ଥାନୀୟଲୋକଙ୍କ କହିବା ଅନୁଯାୟୀ ଯଦି ସରକାରଙ୍କ ତରଫରୁ କିଛି ସାହାଯ୍ୟ ସହଯୋଗ ମିଳେ ତେବେ ଏହି କୁଟୀର ଶିଳ୍ପର କାରୁକାର୍ଯ୍ୟ ଆଗକୁ ବଢ଼ିପାରିବ । ଏନେଇ ସରକାର ଯୋଜନା କେବେ ସଫଳ ହେବ ତାହା ବେତ କାରିଗରୀମାନେ ଅପେକ୍ଷାରେ ଅଛନ୍ତି ।
ଅଧିକ ପଢନ୍ତୁ ;ବିଶ୍ଵକର୍ମା ପୂଜା ଦିନ କରନ୍ତୁ ନାହିଁ ଏସବୁ ଭୁଲ