ସମ୍ବଲପୁର ଜିଲ୍ଲାରେ ଡାଇରିଆ ପରିସ୍ଥିତି ନିୟନ୍ତ୍ରଣାଧିନ ଥିବା ନେଇ ଗୁରୁବାର ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସଧିକାରୀ ଡାକ୍ତର ଅଶୋକ ଦାଶ ସୂଚନା ଦେଇଛନ୍ତି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ସେ କହିଛନ୍ତି ଯେ ଜିଲ୍ଲାରେ ବର୍ତମାନ ପଯ୍ୟନ୍ତ କୈାଣସି ବ୍ୟକ୍ତିଙ୍କ ଡାଇରିଆ ରୋଗରେ ଆକ୍ରାନ୍ତ କିମ୍ଵା ମୃତ୍ୟୁ ହୋଇଥିବା ରିପୋର୍ଟ ହୋଇନାହିଁ। ତେବେ ଧନକଉଡା ଠାରେ ଯେଉଁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଚର୍ଚ୍ଚା ହେଉଛି ତାହା ଡାଇରିଆ ରୋଗ ଜନିତ ମୃତ୍ୟୁ ନୁହେଁ ବୋଲି ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଅଶୋକ ଦାଶ ସୂଚନା ଦେଇଛନ୍ତି । ଏଥିସହ ଜିଲ୍ଲାରେ ବିଭିନ୍ନ ଅଞ୍ଚଳରୁ ପିଇବା ପାଣି ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଥିବା ସହ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ସଜାଗ ହୋଇ କାର୍ଯ୍ୟ କରୁଥିବା ନେଇ ନେଇ ସେ ସୁଚନା ଦେଇଛନ୍ତି।
ଅନ୍ୟପଟେ ରାଜ୍ଯର ବିଭିନ୍ନ ଜିଲ୍ଲାରେ ଏବେ ଡାଇରିଆ ବ୍ଯାପିବାରେ ଲାଗୁଛି ଯାହାକୁ ନେଇ ସ୍ବାସ୍ଥ୍ଯ ବିଭାଗ ଆର୍ଲଟ ରହିଛି।