ଅନ୍ୟ।ୟ ଉପରେ ନ୍ୟାୟର ବିଜୟଧ, ଅସତ୍ୟ ଉପରେ ସତ୍ୟର ବିଜୟ ଓ ଅନ୍ଧକାର ଉପରେ ଆଲୋକର ବିଜୟ । ଅଧର୍ମ ଉପରେ ଧର୍ମର ଜୟର ପ୍ରତୀକ ରୂପେ ପାଳନ ହେଉଛି ବିଜୟାଦଶମୀ । ଏହି ଦିନ ମା ଦୁର୍ଗା ମହୀଷାସୁରର ବଧ କରିଥିବା ବେଳେ ପ୍ରଭୁ ରାମଚନ୍ଦ୍ର ରାବଣଙ୍କ ବଧ କରିଥିଲେ । ତେଣୁ ବିଜୟାଦଶମୀ ଅବସରରେ ସାରା ଦେଶ ରାବଣ ପୋଡି ପାଇଁ ପ୍ରସ୍ତୁତ ଶେଷ ହୋଇଛି । ଦୀର୍ଘ ଦିନ ପୂର୍ବରୁ କାରିଗର ମାନେ ରାବଣ ପ୍ରସ୍ତୁତିରେ ଜୁଟିଥିଲେ ।
ଆଜି ସନ୍ଧ୍ୟା ସାଢ଼େ ୫ଟାରୁ ଆରମ୍ଭ ହେବ ରାବଣଦହନ କାର୍ଯ୍ୟକ୍ରମ । ହୀନ୍ଦୁଧର୍ମରେ ରାବଣକୁ ଅହଙ୍କାରର ପ୍ରତୀକ ଭାବେ ଦର୍ଶାଯାଇଛି ଏବଂ ଏହି ଦିନ ରାବଣକୁ ଦହନ କରି ନିଜ ନିଜ ଭିତରେ ଥିବା ଅହଙ୍କାରକୁ ମାରିବା ପାଇଁ ବାର୍ତ୍ତା ଦିଆଯାଏ। ବିଜୟାଦଶମୀ ଅବସରରେ ଦିଲ୍ଲୀର ଦ୍ୱାରିକାରେ ୨୧୧ ଫୁଟର ରାବଣ ପ୍ରସ୍ତୁତ କରାଯାଇଛି । ଏଥିସହ ବିଭିନ୍ନ ସ୍ଥାନରେ ରାମଲିଳା କାର୍ୟ୍ୟ କ୍ରମ ମଧ୍ୟ ଚାଲିଛି । ବିହାର, ଗୁଜରାଟ, ଝାଡ଼ଖଣ୍ଡ, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ଭଳି ସ୍ଥାନରେ ମଧ୍ୟ ରାବଣ ଦହନ ପାଇଁ ପ୍ରସ୍ତୁତି ହୋଇଛି ।