ଗାଁ ଭିତରୁ ହରିଣ ଉଦ୍ଧାର
Khabar Odisha:Deer-found-in-Keonjhar
କେନ୍ଦୁଝର, ସେପ୍ଟେମ୍ବର ୨୩ (ଖବର ଓଡ଼ିଶା):

ଗାଁ ମଧ୍ୟରୁ ଉଦ୍ଧାର ହୋଇଛି ଏକ ହରିଣ । ଏପରି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ନଣ୍ଡାବର ଗାଁରେ । ସୂଚନାନୁସାରେ, ଆନନ୍ଦପୁର ବନଖଣ୍ଡ ଅଧିନ ବରାଙ୍ଗ ସରଂକ୍ଷିତ ଜଙ୍ଗଲ ପାର୍ଶ୍ୱବର୍ତ୍ତି ନଣ୍ଡାବର ଗ୍ରାମର ପଞ୍ଚୁ ସାହୁଙ୍କ ଘରେ ଆଜି ଏକ ହରିଣ ପଶିଯାଇଥିଲା । ପରିବାର ଲୋକ ଜଙ୍ଗଲ ବିଭାଗ କର୍ମଚାରୀଙ୍କ ସହଯୋଗରେ ହରିଣଟିକୁ ଉଦ୍ଧାର କରି ଜଙ୍ଗଲ ଭିତରକୁ ଛାଡି ଦେଇଛନ୍ତି । ହରିଣଟି ଖାଦ୍ୟ ଅନ୍ୱେଷଣରେ ଗାଁ ନିକଟକୁ ଚାଲିଆସିଥିଲା ମାତ୍ର ବୁଲା କୁକୁରଙ୍କ ହାବୁଡରେ ପଡିବାପରେ ଭୟରେ ଗାଁ ଭିତରକୁ ପଶି ଯାଇଥିଲା ବୋଲି କୁହାଯାଉଛି ।

  • Tags:

Subscribe

National International State Sports Entertainment