ଆନନ୍ଦପୁର : ରାତି ପାହିଲେ ନୂଆବର୍ଷ। ଏଥିପାଇଁ ବିଭିନ୍ନ ଦେବାଦେବୀଙ୍କ ପୀଠରେ ପ୍ରବଳ ଗହଳି ଲାଗିବ। ନୂଆବର୍ଷ ଲାଗି ଘଟଗାଁ ମା' ତାରିଣୀ ପୀଠରେ କଡ଼ା ସୁରକ୍ଷା ହୋଇଛି। ସୁବ୍ୟବସ୍ଥିତ ଦର୍ଶନ ଲାଗି ୮ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି।
ଆସନ୍ତାକାଲି ଭୋର୍ ୫ଟାରୁ ତାରିଣୀ ମନ୍ଦିରର ଦ୍ୱାର ଫିଟା ନୀତି ଆରମ୍ଭ ହେବ ବୋଲି ସୂଚନା ରହିଛି। ପ୍ରବଳ ଭିଡକୁ ଆଖି ଆଗରେ ରଖି ଟ୍ରାଫିକ୍ ଓ ପାର୍କିଂ ଲାଗି ପ୍ରଶାସନ ପକ୍ଷରୁ ସବୁ ବ୍ଯବସ୍ଥା ହୋଇଛି। ସବୁ ନୂଆବର୍ଷ ପରି ଏଥର ନୂଆବର୍ଷରେ ମଧ୍ଯ ମା'ଙ୍କ ପୀଠରେ ଭିଡ ହେବ ତେଣୁ ସମସ୍ତ ଦିଗରୁ ସଜାଗ ରହିଛି ପ୍ରଶାସନ।