କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟକୁ ନେଇ ନିନ୍ଦା କଲେ କର୍ଣ୍ଣେଲ ପ୍ରଭାତ କୁମାର ପଣ୍ଡା। ଅଗ୍ନିବୀରଙ୍କୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଜନସାଧାରଣଙ୍କୁ ଭ୍ରମିତ କରୁଛନ୍ତି ବୋଲି ଓଡ଼ିଶା ପ୍ରଦେଶ ବିଜେପିର ପୁର୍ବତନ ସୈନିକ ରାଜ୍ୟ ସହ ଆବାହକ କର୍ଣ୍ଣେଲ ପ୍ରଭାତ କୁମାର ପଣ୍ଡା କହିଛନ୍ତି। ସେ ସମ୍ବଲପୁର ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦେଶମାଟି ସେବା କରିବା ପାଇଁ ଯୁବକ ମାନଙ୍କୁ ସୁଯୋଗ ଦେବାର ମହତ ଉଦ୍ଦେଶ୍ୟ ନେଇ ଅଗ୍ନିପଥ ଯୋଜନାରେ ଅଗ୍ନିବୀର ମାନଙ୍କୁ ନିଯୁକ୍ତି ଦିଆଯାଇଛି।
ଦେଶର ୩ ଗୋଟି ସେନାରେ ଅଗ୍ନିବୀର ମାନଙ୍କୁ ନିଯୁକ୍ତି ଦିଆଯିବା ସହ ଦେଶର ଯୁବକ ମାନଙ୍କୁ ଦେଶସେବା କାର୍ଯ୍ୟ କରିବାକୁ ୪ ବର୍ଷ ଆଗରୁ ଏହି ଯୋଜନାରେ ପ୍ରଶିକ୍ଷଣ ଦିଆଯିବା ସହ ବହୁ ଯୁବକ ଦେଶର ନୈ।ସେନା, ବାୟୁ ଓ ସ୍ଥଳସେନାରେ କାର୍ଯ୍ୟ କରୁଛନ୍ତି। ତେବେ ଅପରପକ୍ଷରେ ଏନେଇ ବିରୋଧିଦଳ କଂଗ୍ରେସର ନେତା ରାହୁଲ ଗାନ୍ଧୀ ବିଭିନ୍ନ ସମୟରେ ଅଗ୍ନିବୀରଙ୍କୁ ନେଇ ଜନସାଧାରଣରେ ଭୁଲ୍ ସୁଚନା ଦେବା ସହ ଲୋକଙ୍କୁ ଭ୍ରମିତ କରୁଛନ୍ତି।
ଏଣୁ ସମ୍ବଲପୁର ଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ପ୍ରଦେଶ ବିଜେପିର ପୁର୍ବତନ ସୈନିକ ସେଲର ରାଜ୍ୟ ସହ ଆବାହକ କର୍ଣ୍ଣେଲ ପ୍ରଭାତ କୁମାର ପଣ୍ଡା ଏହାକୁ ନିନ୍ଦା କରିଛନ୍ତି। ଏଥିସ଼ହିତ ଅଗ୍ନିପଥ ଯୋଜନାରେ ନିଯୁକ୍ତି ପାଇଥିବା ସବୁ ଅଗ୍ନିବୀର ମାନଙ୍କୁ ସବୁ ପ୍ରକାର ସୁବିଧା ଦିଆଯାଉଥିବା ସହ ଦେଶସେବା କ୍ଷେତ୍ରରେ ବଳିଦାନ ଦେଇଥିବା ଅଗ୍ନିବୀରଙ୍କ ପରିବାରଙ୍କୁ ମଧ୍ୟ ଯଥେଷ୍ଟ ସୁବିଧା ଦିଆଯାଉଥିବା ନେଇ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପିର ପୁର୍ବତନ ସୈନିକ ସେଲର ଜିଲ୍ଲା ସଭାପତି ଶିବ ନାରାୟଣ ବେହେରା, ଜିଲ୍ଲା ବିଜେପି ସଭାପତି ଗିରିଶ ପଟେଲ ଓ ବିଜେପି ପ୍ରବକ୍ତା ମାନସ ରଞ୍ଜନ ବସ୍କି ପ୍ରମୁଖ ଉପସ୍ଥିତ ଥିଲେ।