ଯାଜପୁର : ମଙ୍ଗଳବାର ବ୍ରାହ୍ମଣୀ ନଦୀରେ ବୁଡ଼ି ୪ ବର୍ଷର ଶିଶୁପୁତ୍ରଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ବ୍ରହ୍ମବରଦା ଚାନ୍ଦପୁର ଦାସସାହି ଗ୍ରାମର ସୁନିଲ ଦାସ ଓ ଶକୁନ୍ତଳାଙ୍କ ଏକମାତ୍ର ପୁତ୍ର ମାନସ। ସେ ଘର ପାର୍ଶ୍ଵ ବ୍ରାହ୍ମଣୀ ନଦୀର ବଜାର ଘାଟରେ ପିଲାଙ୍କ ସହ ଖେଳିବାକୁ ଯାଇଥିଲେ। ଖେଳୁଥିବା ସମୟରେ ନଦୀରେ ବାଲି ଉତ୍ତୋଳନ ଯୋଗୁ ସୃଷ୍ଟି ହୋଇଥିବା ଖାଲରେ ପଡ଼ି ଯାଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ପରେ ବେଆଇନ ବାଲି ଉତ୍ତୋଳନ ବନ୍ଦ ସହ କ୍ଷତିପୂରଣ ଦାବିରେ ଲୋକେ ବ୍ରାହ୍ମଣୀ ସେତୁ ଉପରେ ଟାୟାର ଜାଳି ରାସ୍ତାକୁ ଅବରୋଧ କରିଥିଲେ ।