କୋରାପୁଟ: ଯାତ୍ରା କଳାକାର ନିଶା ମହାରଣାଙ୍କ ପାଇଁ ତୁମୁଳକାଣ୍ଡ। କୋରାପୁଟ ଲକ୍ଷ୍ମୀପୁରରେ ଅଷ୍ଟଶମ୍ଭୁ ଅପେରାରେ ଅଭିନେତ୍ରୀ ନିଶା ମହାରଣା ଯୋଗ ଦେବେ ବୋଲି ପୂର୍ବରୁ ଯାତ୍ରା କମିଟି ଘୋଷଣା କରିଥିଲା। ତେବେ ସ୍ଥାନୀୟ ପୋଲିସ ପ୍ରଶାସନ କିନ୍ତୁ ନିଶା ମହାରଣା ଙ୍କୁ ପୋଲିସ ପ୍ରଶାସନ ଦେଇନଥିଲା ଅନୁମତି । ଏହାକୁ ନେଇ ଉପୁଜିଥିଲା ତୁମୁଳକାଣ୍ଡ।
ନାଟକ ଆରମ୍ଭ ହେବା ମାତ୍ରେ ଦର୍ଶକ ହେଲେ ଉତେଜିତ। ଚେୟାର ଫୋପାଡ଼ିଥିଲେ। ଉତ୍ତେଜନାକୁ ଦେଖି ଯାତ୍ରା ବନ୍ଦ ରହିଥିଲା। ତେବେ ଏହି ସମୟରେ ନିଶା ମହାରଣା ଲକ୍ଷ୍ମୀପୁରରେ ଉପସ୍ଥିତ ଥିଲେ। ଉତ୍ତେଜନାକୁ ଦେଖି ଯାତ୍ରାକୁ ଅଧାରୁ ବନ୍ଦ କରାଯାଇଥିଲା। ଲକ୍ଷ୍ମୀପୁରରେ ଅଷ୍ଟଶମ୍ଭୁ ଅପେରା ପକ୍ଷରୁ ଯାତ୍ରା ପରିବେଷଣ ବେଳେ ଏଭଳି ସ୍ଥିତି ଦେଖିବାକୁ ମିଳିଛି। ତେବେ ଏନେଇ ଯାତ୍ରା କମିଟି କି ପୋଲିସ ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।
ଅଧିକ ପଢନ୍ତୁ: ବାରବାଟୀରେ ବଢ଼ିବ ସିଟ୍ ସଂଖ୍ୟା