ରାଜ୍ୟରେ ସକାଳୁ ସକାଳୁ ଘନ କୁହୁଡି ସାଙ୍ଗକୁ ଶୀତର ଲହରୀ ଜାରି ରହିଛି। ଏଥିପାଇଁ ୫୦ ମିଟର ରାସ୍ତା ମଧ୍ୟ ଦୃଶ୍ୟମାନ ହେଉନାହିଁ। କୁହୁଡି କାରଣରୁ ଅନେକ ସ୍ଥାନରେ ଗାଡି ଚାଳକମାନେ ଦୁର୍ଘଟଣାର ଶିକାର ହେଉଛନ୍ତି। ତେବେ ଆଗାମୀ ୪ଦିନରେ ଦିନର ସର୍ବୋଚ୍ଚ ତାପମାତ୍ରା ୨ରୁ ୩ଡିଗ୍ରୀ ଖସିବ। ସେଥିପାଇଁ ପ୍ରବଳ ଜାଡ଼ ସାଙ୍ଗକୁ ଘନକୁହୁଡ଼ି ଦୃଶ୍ୟମାନ ହେଉଛି। ଯାହାଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଲାଣି। ୧୦ ଡିଗ୍ରି ତଳେ ରହିଛି ୧୪ ସହରର ତାପମାତ୍ରା। ତେବେ ରାତିର ତାପମାତ୍ରା ଅପରିବର୍ତ୍ତିତ ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।
Read More >