ବର୍ଷାରେ ବେହାଲ ରାଜଧାନୀ ଭୁବନେଶ୍ୱର । ଲଘୁଚାପ ଜନିତ ବର୍ଷାରେ ଭୁବନେଶ୍ୱରରେ ସ୍ଥିତି ବେହାଲ ହୋଇପଡିଛି । ମାତ୍ର କିଛି ଘଣ୍ଟାର ବର୍ଷାରେ ରାଜଧାନୀର ଅନେକ ସ୍ଥାନ ଜଳମଗ୍ନ ହୋଇ ରାସ୍ତା ଉପରେ ଲହଡି ଭାଙ୍ଗୁଛି ବର୍ଷା ପାଣି । କେଉଁଠି ରାସ୍ତା, କେଉଁଠି ଡ୍ରେନ୍ ଜାଣିବା ମୁସ୍କିଲ ହୋଇପଡିଛି । ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ପାଣି ଚାଲୁଛି । ଘର ଭିତରେ ବି ପାଣି ପଶି ଯାଇଛି । ଯାହାଫଳରେ ରାଜଧାନୀବାସୀ ହନ୍ତସନ୍ତ ହୋଇଛନ୍ତି ।
ଅସରାଏ ବର୍ଷାରେ ଟ୍ୱିନ୍ ସିଟିରେ ଏଭଳି ସ୍ଥିତି ପାଇଁ ଡ୍ରେନେଜ୍ ବ୍ୟବସ୍ଥା କୁ ଦାୟୀ କରାଯାଉଛି । ପ୍ରଶାସନ ସଠିକ୍ ଭାବେ ଡ୍ରେନେଜ୍ ବ୍ୟବସ୍ଥା କରୁ ନଥିବାରୁ ସହରାଂଚଳରେ ବର୍ଷା ପାଇଁ ଏଭଳି ସ୍ଥିତି ଭୋଗିବାକୁ ପଡୁଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଆସନ୍ତା କାଲି ୮ ତାରିଖ ପରଠାରୁ ରାଜ୍ୟରେ ବର୍ଷାର ପ୍ରଭାବ କମିବା ସମ୍ଭାବନା ଥିବାବେଳେ, ୧୨ ତାରିଖ ଠାରୁ ପୁଣି ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ହେବାର ସମ୍ଭାବନା ରହିଛି । ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ କିଛି ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲାଗୁଡିକରେ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି ।
ଉତ୍କଳ ବିଶ୍ୱବିଦ୍ୟାଳୟରେ ପୋଷ୍ଟର ଲଢେଇ