ଭୁବନେଶ୍ୱର: ପୋଲିସ ଏସଆଇ କେଳେଙ୍କାରୀ ମାମଲାରେ ୪ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବାକୁ ସିବିଆଇ ସ୍ୱତନ୍ତ୍ର କୋର୍ଟରେ ଆବେଦନ କରିଛି । ଅଭିଯୁକ୍ତ ମୁନା ମହାନ୍ତି, ଶ୍ରୀକାନ୍ତ ମହାରଣା, ଅଭିମନ୍ୟୁ ଦୋରା ଏବଂ ପ୍ରିୟଦର୍ଶନୀ ସାମଲଙ୍କୁ ଘାଣ୍ଟିବ ସିବିଆଇ । ୫ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ ହୋଇଛି ।
ନିକଟରେ ସିବିଆଇ ଦୀଘା ମଡ୍ୟୁଲ୍ ମାଷ୍ଟରମାଇଣ୍ଡକୁ ବିରଞ୍ଚି ନାରାୟଣ ନାୟକକୁ ଗିରଫ କରିଛି । ଏହି ମାମଲାରେ ଗଞ୍ଜାମ ଜିଲା ବ୍ରାହ୍ମଣଛାଇ ଗ୍ରାମର ଶଙ୍କର ପୃଷ୍ଟି ସମେତ ସିଲିକନ କମ୍ପାନୀର ମାଲିକ ସୁରେଶଚନ୍ଦ୍ର ନାୟକ, ମୁଖ୍ୟ ଦଲାଲ ଅରବିନ୍ଦ ଦାସ ଓ ମୁନା ମହାନ୍ତି, ବିଶ୍ୱରଞ୍ଜନ ବେହେରା, ଶ୍ରୀକାନ୍ତ ମହାରଣା, ଏ. ଅଭିମନ୍ୟୁ ଦୋରା, ପ୍ରିୟଦର୍ଶନୀ ସାମଲ, ସାଗର କୁମାର ଗୌଡ, ଲୋକନାଥ ସାହୁ, ବିଶ୍ଵଜିତ ହରିଚନ୍ଦନ ଓ ତଫିମ ଅହମ୍ମଦ ଖାନଙ୍କୁ ଗିରଫ କରାଯାଇଛି ।