କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି ଆଧୁନିକ ଢାଞ୍ଚାରେ ଏହି ଆକର୍ଷଣୀୟ ବସ ଟର୍ମିନାଲ। ଏହି ବସ ଟର୍ମିନାଲଟି ହେଉଛି ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ଗୋପାଳପୁର ଅଞ୍ଚଳର । ଏହି ନବ ନିର୍ମିତ ବସ ଟର୍ମିନାଲ ଟି ଆଜକୁ ପ୍ରାୟ ସାତ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ନିର୍ମିତ ହୋଇଥିଲେ ମଧ୍ୟ ଏ ଯାଏ ତାହା କାର୍ଯ୍ୟକ୍ଷମ ହୋଇ ପାରିଲା ନାହିଁ।
ପୂର୍ବରୁ ବିଜେଡି ସରକାରଙ୍କ ଦ୍ଵାରା ଅନେକ ସ୍ଥାନରେ ବସ ଟର୍ମିନାଲ କୋଟି କୋଟି ଟଙ୍କା ବ୍ୟୟ କରାଯାଇ ନିର୍ମାଣ କରାଯାଇଛି ସତ, ହେଲେ ସେମାନଙ୍କର ଦାୟିତ୍ୱହୀନତା ଓ ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଏ ପର୍ଯ୍ୟନ୍ତ ଅନେକ ବସ ଷ୍ଟାଣ୍ଡ କାର୍ଯ୍ୟକ୍ଷମ ହୋଇ ନ ପାରି ଏବେ ଖତ ଖାଉଛି ବୋଲି ଅଭିଯୋଗ କରିଛନ୍ତି ସାଧାରଣ ଲୋକେ।
ଗୋଟିଏ ପଟେ ଗୋପାଳପୁର ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇଥିବା ବେଳେ ଅନ୍ୟପଟେ ବହୁ ସଂଖ୍ୟକ ପର୍ଯ୍ୟଟକ ଓ ଟ୍ୟୁରିଷ୍ଟ ବସ ମଧ୍ୟ ଏଠାକୁ ଆସୁଛି। କିନ୍ତୁ ସେମାନଙ୍କ ପାଇଁ ସ୍ଥାନର ଅଭାବ ଯୋଗୁଁ ସମସ୍ତ ଲୋକାଲ ବସ, ଟାଉନ ବସ ଓ ଟ୍ୟୁରିଷ୍ଟ ବସ ଗୁଡିକ ମୁଖ୍ୟ ରାସ୍ତା ପାର୍ଶ୍ବରେ ଅଟକି ରହିବାକୁ ବାଧ୍ୟ ହେଉଛନ୍ତି। ଯାହାଦ୍ବାରା ରାସ୍ତାଜାମ ସହ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି। ଏହିସବୁ ସମସ୍ୟା କାରଣରୁ ଲୋକେ ଚାହୁଁଥିଲେ ପରିବର୍ତ୍ତନ, ଆଉ ଏବେ ହୋଇଛି ପରିବର୍ତ୍ତନ। ତେଣୁ ବହୁଦିନ ଧରି କାର୍ଯ୍ୟକ୍ଷମ ହୋଇ ପାରୁ ନ ଥିବା ନୂତନ ବସ ଟର୍ମିନାଲକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା ନେଇ ଦାବି କରିଛନ୍ତି ଅଞ୍ଚଳ ବାସିନ୍ଦା, ପର୍ଯ୍ୟଟକ ଓ ସଧାରଣ ଜନତା।