ଗୋପାଳପୁରରେ ଓଲଟି ପଡ଼ିଲା ବସ୍ । କଟକ ଗୋପାଳପୁର ଛକ ଏନଏଚ୍-୧୬ରେ ଏକ ବସ୍ ଦୁର୍ଘଟଣା । ଭୁବନେଶ୍ୱର ରୁ କଟକ ଗଲା ବେଳେ ଓଲଟିଛି ‘ଚନ୍ଦନ’ ବସ୍ । ସ୍ଥାନୀୟଲୋକଙ୍କ ଦ୍ୱାରା ବସ୍ରୁ ଯାତ୍ରୀଙ୍କୁ ଉଦ୍ଧାର ଜାରି ରହିଛି । ଉଦ୍ଧାର ଯାତ୍ରୀଙ୍କୁ କଟକ ବଡ଼ ମେଡିକାଲ ପଠାଯାଉଛି ।
ଖବର ଅନୁଯାୟୀ, ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୧୬ଜଣ ଆହତ ହୋଇଥିବା ସୂଚନା । ଜଣେ ସାଇକେଲ ଆରୋହୀଙ୍କ ଉପରେ ବସ୍ଟି ଓଲଟି ପଡ଼ି ଡିଭାଇଡରରେ ପଡ଼ିଯାଇଥିବା ସୂଚନା । ଅନେକଙ୍କ ମୁଣ୍ଡ ଏବଂ କାନ୍ଧରେ ଗଭୀର ଆଘାତ ଲାଗିଥିବା ଜଣାପଡ଼ିଛି ।
ଅଧିକ ପଢନ୍ତୁ : ଦାନ୍ତ-ଚମଡା ପାଇଁ ଚିତାବାଘ ଶିକାର