ରାସ୍ତାରେ ବସ୍ ଓଲଟି ୩୦ ଆହତ। ବିଟୁ ନାମକ ଏକ ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସଟି ରାଉରକେଲା ରୁ କୁସୁମୀକୁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି ।
ସୂଚନା ଅନୁଯାୟୀ ବସରେ ପ୍ରାୟ ୩୫ଜଣ ଯାତ୍ରୀ ଥିଲେ । ସମସ୍ତ ଯାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି ତେବେ ଆହତ ମାନଙ୍କୁ ରାଉରକେଲା ସରକାରୀ ହସ୍ପିଟାଲ ରେ ଭର୍ତ୍ତି କରାଯାଇଛି। ତେବେ କାହିଁକି ଓ କିପରି ଦୁର୍ଘଟଣା ହେଲା ତାହା ଜଣା ପଡ଼ି ନାହିଁ।
ଘଟଣା ସ୍ଥଳରେ ବ୍ରାହ୍ମଣୀ ତରଙ୍ଗ ଥାନା ପୁଲିସ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି। ଦୁର୍ଘଟଣା ରେ କେହି ମୃତାହତ ହୋଇ ନ ଥିବା ସୂଚନା ମିଳିଛି।