ଜଗତସିଂହପୁର ଜିଲ୍ଲାରେ ଅପରେସନ ପ୍ରହାରର ଆଉ ଏକ ବଡ ସଫଳତା। ଜଗତସିଂହପୁର ଜିଲ୍ଲାରେ କାୟା ବିସ୍ତାର କରିଥିବା ଧଳା ଜହର ବେପାରୀଙ୍କୁ ଖୋଜି ଖୋଜି ଧରୁଛି ଜଗତସିଂହ ପୁର ପୋଲିସ।।ଜଗତସିଂହପୁର ଜିଲ୍ଲା ସଦର ବ୍ଲକ ଓଡିଶ ହାଟ ନିକଟ ଅଭିଧ୍ୟାନନ୍ଦପୁର ଅଞ୍ଚଳରୁ ୩୬ ଗ୍ରାମ ବ୍ରାଉନ ସୁଗାର ଜବତ ସହ ଜଣକୁ ଗିରଫ କରିଛି ଜଗତସିଂହପୁର ପୋଲିସ ।
ଏନେଇ ଅନୁଷ୍ଠିତ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ଏସ୍ପି ଅଙ୍କିତ କୁମାର ବର୍ମା।ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୪ ଲକ୍ଷ ଟଙ୍କା ହେବ। ଗିରଫ ବ୍ରାଉନ ସୁଗାର ବେପାରୀ ହେଲେ ଅଭିଧ୍ୟାନନ୍ଦପୁର ଅଂଚଳର ଦେବୀପ୍ରସାଦ ପ୍ରଧାନ। ପୂର୍ବରୁ ତାଙ୍କ ନାମରେ ଥାନାରେ ବହୁ ଅପରାଧିକ ମାମଲା ରହିଛି। ଜଗତସିଂହପୁର ଜିଲ୍ଲାରେ ଅପରେସନ ପ୍ରହାର ମାଧ୍ୟମରେ ୨୫୦ଗ୍ରାମ ବ୍ରାଉନସୁଗର ଜବତ ହୋଇଥିବାର ଏସପି କହିଛନ୍ତି।