ସକାଳୁ ସକାଳୁ ପରିବା ତୋଳିବାକୁ ଯାଇଥିଲେ ବାପା , ପୁଅ । କିନ୍ତୁ ପରିବା ତୋଳୁତୋଳୁ ସବୁ କିଛି ଉଜୁଡିଗଲା । ହଠାତ ବିଦ୍ୟୁତ ତାର ଛିଣ୍ଡି ପଡିଲା । ଆଉ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବାପା ଆଖି ବୁଜିଥିବା ବେଳେ ପୁଅ ଗୁରୁତର ହୋଇପଡଛନ୍ତି ପୁଅ । ଗଂଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଆଡପଡା ଗାଁରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସୂଚନା ଅନୁସାରେ ଆଜି ସକାଳୁ ସକାଳୁ ଆଡପଡା ଗାଁର କୋରା ବେହେରା ତାଙ୍କ ପୁଅ ତୋଫାନ ସହିତ ଜମିକୁ ପରିବା ତୋଳିବାକୁ ଯାଇଥିଲେ । ଏହି ସମୟରେ ହଠାତ ବିଦ୍ୟୁତ ତାର ଛିଣ୍ଡିଯାଇ କୋରା ବେହେରାଙ୍କ ଉପରେ ପଡିଥିଲା । ଫଳରେ ଘଟଣା ସ୍ଥଳରେ ହିଁ କୋରା ବେହେରାଙ୍କର ମୃତ୍ୟୁ ହୋଇଥିଲା । ଏବଂ ବାପାଙ୍କୁ ଉଦ୍ଧାର କରିବାକୁ ଯାଇ ପୁଅ ମଧ୍ୟ ଗୁରୁତର ହୋଇଥିବା ଜଣାପଡିଛି । ତେବେ ଗୁରୁତର ତୋଫାନଙ୍କୁ ବ୍ରହ୍ମପୁର ମେଡିକାଲରେ ଭର୍ତି କରାଯାଇଛି । ଏବଂ ଘଟଣା ସ୍ଥଳରେ ପୋଲିସ ପହଂଚି ଅଧିକ ତଦନ୍ତ ଜାରି ରଖିଛି ।