ଭୁବନେଶ୍ୱର : ମାଧ୍ୟମିକ ଶିକ୍ଷା ପରିଷଦ (BSE), ଓଡିଶା ପକ୍ଷରୁ ୨୦୨୬ ମସିହା ଓଡିଶା ମାଧ୍ୟମିକ ବିଦ୍ୟାଳୟ ପରିଚାଳିତ ଶିକ୍ଷକ ପରୀକ୍ଷା (OSSTET-2026) ପାଇଁ ଅନଲାଇନ୍ ପଞ୍ଜୀକରଣ ଅବଧିକୁ ବୃଦ୍ଧି କରାଯାଇଛି। ପୂର୍ବରୁ ଆବେଦନ କରିବାର ଶେଷ ତାରିଖ ଅଗଷ୍ଟ ୧୭, ୨୦୨୬ ଥିବାବେଳେ ବର୍ଦ୍ଧିତ ସମୟସୀମା ଅଗଷ୍ଟ ୨୩ ତାରିଖ ମଧ୍ୟରାତ୍ରି ପର୍ଯ୍ୟନ୍ତ କରାଯାଇଛି।ପୂର୍ବରୁ ୧୭ ତାରିଖ ଯାଏଁ ଥିଲା ପଞ୍ଜୀକରଣର ଅନ୍ତିମ ତାରିଖ। କେବଳ ଅନଲାଇନ୍ ମାଧ୍ୟମରେ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ୍, ଓଡ଼ିଶା ଅଫିସିଆଲ୍ ଜରିଆରେ ଅନଲାଇନ୍ ଆବେଦନ ପୋର୍ଟାଲ୍ ରେ ପଞ୍ଜୀକରଣ କରିହେବ। ତେବେ OSSTET-2026 ପରୀକ୍ଷା ୩୦ ସେପ୍ଟେମ୍ବର ୨୦୨୬ ତାରିଖରେ ନିର୍ଦ୍ଧାରିତ ସମୟ ଅନୁଯାୟୀ ଅନୁଷ୍ଠିତ ହେବ।
ଆବେଦନ କରିବା ପାଇଁ ଅଫିସିଆଲ୍ ୱେବସାଇଟ୍ ପରିଦର୍ଶନ କରନ୍ତୁ। ‘OSSTET 2026 Registration’ ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ।ମୋବାଇଲ୍ ନମ୍ବର ଏବଂ ଇମେଲ୍ ID ଦ୍ୱାରା ନିଜର ପଞ୍ଜୀକରଣ ସଂପୂର୍ଣ୍ଣ କରନ୍ତୁ। ଆବେଦନ ଶୁଳ୍କ ଅନଲାଇନ୍ ମାଧ୍ୟମରେ ପୈଠ କରନ୍ତୁ।