କେନ୍ଦୁଝର: ଅନ୍ଧ ବିଶ୍ୱସର କରୁଣ ପରିଣତି । ଆଜିର ବିଜ୍ଞାନ ଯୁବରେ ବି ଲୋକେ ଅନ୍ଧ ବିଶ୍ୱାସ ଭଳି ପ୍ରଥାକୁ ବିଶ୍ୱାସ କରୁଛନ୍ତି । ମୃତ୍ୟ ପରେ ମିଳିପାରିଲା ନାହିଁ ପରିବାର ଲୋକଙ୍କ ସାହାରା । ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ ହେଲା ବୋଲି ଗାଁ ଶବ ସତ୍କାର କଲେନାହିଁ ସାହି ଭାଇ । ଏପରି ଗୋଟିଏ ବିକଳ ଆଉ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ପର୍ଜନପୁର ଗ୍ରାମରେ ।
ସୂଚନା ଅନୁସାରେ, ସୋମବାର ଗ୍ରାମର ବିଦେଶୀ ପାତ୍ର ସାପ କାମୁଡାରେ ମୃତ୍ୟୁ ବରଣ କରିବା ପରେ ଶବ ବ୍ୟବଚ୍ଛେଦ ହେଲା ବୋଲି ପରିବାର, ସାହି, ଭାଇ ମୃତଦେହ ଘରକୁ ନେବାକୁ ବାରଣ କଲେ। ଫଳରେ ଭରସା ସ୍ଵେଚ୍ଛାସେବୀ ସଂଗଠନ ମୃତଦେହ ସତ୍କାର କରି ମାନବିକତା ଦେଖାଇଛି । ସଦର ଥାନା ପର୍ଜନପୁର ଗାଁର ବିଦେଶୀ ପାତ୍ର ଘରେ ଶୋଇଥିବା ବେଳେ ତାଙ୍କୁ ଏକ ବିଷ ଧର ଚିତିସାପ କାମୁଡିଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲେ ମଧ୍ୟ, ଚିକିତ୍ସାଧୀନ ଅବସ୍ଥାରେ ବିଦେଶୀଙ୍କର ମୃତ୍ୟୁ ହୋଇଯାଇଥିଲା । ମୃତ୍ୟୁ ପରେ ଡ଼ାକ୍ତରଖାନାରେ ତାଙ୍କର ଶବ ବ୍ୟବଚ୍ଛେଦ ହେବା ଯୋଗୁଁ ପରିବାର, ସାହି, ଭାଇ ମୃତଦେହ ଗାଁକୁ ନେବାକୁ ଅମଙ୍ଗ ହୋଇଥିଲେ । ଏପରିସ୍ଥଳେ, ବିଦେଶୀଙ୍କର ଝିଅ ନିରୋଦ ପାତ୍ର କଣ କରିବେ ଚିନ୍ତାରେ ପଡିଯାଇଥିଲେ । ଏନେଇ ଡ଼ାକ୍ତରଖାନା ଫାଣ୍ଡି ପୋଲିସ, ଭରସା ସ୍ଵେଚ୍ଛାସେବୀ ସଂଗଠନକୁ ଜଣାଇଥିଲେ । ସଭାପତି ଲମ୍ବୋଧର ମହାନ୍ତଙ୍କ ନେତୃତ୍ବରେ ସଂଗଠନର ସଦସ୍ୟମାନେ ଶ୍ମଶାନ ରକ୍ଷକ ସିଦ୍ଧେଶ୍ୱର ନାୟକଙ୍କ ସହ, ଧାଙ୍ଗରପଡା ସ୍ଥିତ ଆଦର୍ଶ ଶ୍ମଶାନରେ ବିଦେଶୀଙ୍କ ଶବ ସତ୍କାର କରିଛନ୍ତି ।