ଭୁବନେଶ୍ବର: ‘ବିଜୁ ଏକ୍ସପ୍ରେସ୍ ୱେ’ରେ ସୋମବାର ସକାଳୁ ଏକ ଛାତିଥରା ଦୁର୍ଘଟଣା ଘଟିଛି।ସୁନ୍ଦରଗଡ଼ର ତାରିଣୀ ମନ୍ଦିର-କୁନାଲ ପେଟ୍ରୋଲ ପମ୍ପ ମଝିରେ ଏହି ଦୁର୍ଘଟଣା ଘଟିଛି, ଯେଉଁଥିରେ ଏକ ଦ୍ରୁତଗାମୀ ଟ୍ରେଲର ଧକ୍କାରେ ଜଣେ ବାଇକ୍ ଆରୋହୀଙ୍କର ହାତ ଛିଣ୍ଡିଯାଇଛି। ପରେ ସଂପୃକ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ମୃତକଙ୍କର ପରିଚୟ ମିଳିପାରି ନାହିଁ।
ସୂଚନା ଅନୁସାରେ ଆଜି ସକାଳୁ ସୁନ୍ଦରଗଡ଼ ନିକଟ ‘ବିଜୁ ଏକ୍ସପ୍ରେସ୍ ୱେ’ ଦେଇ ଜଣେ ବାଇକ୍ ଆରୋହୀ କୌଣସି କାମରେ ଯାଉଥିଲେ। ତାରିଣୀ ମନ୍ଦିର-କୁନାଲ ପେଟ୍ରୋଲ ପମ୍ପ ମଝିରେ ଏକ ଦ୍ରୁତଗାମୀ ଟ୍ରକ୍ ତାଙ୍କୁ ଶକ୍ତ ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ବାଇକ୍ ଆରୋହୀ ଜଣକ ଦୁର୍ଘଟଣାର ଶିକାର ହେଲା ପରେ ରାସ୍ତାଉପରେ ଛଟପଟ ହେଉଥିଲେ।
ଦୁର୍ଘଟଣାର ଅଳ୍ବ ସମୟ ପରେ ସେହି ରାସ୍ତା ଦେଇ ଯାଉଥିବା ଅନ୍ୟ ଲୋକମାନେ ଗୁରୁତର ବାଇକ ଆରୋହୀଙ୍କୁ ଦେଖ ପୋଲିସକୁ ଏବାବଦରେ ସୂଚନା ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ବାଇକ ଆରୋହୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ସେଠାରେ ଡାକ୍ତର ମୃତ ଘୋଷଣା କରିଛି। ତେବେ ରାଜପଥରେ ଭାରୀ ଯାନଗୁଡ଼ିକ ନିୟନ୍ତ୍ରଣ ହରାଇ ଯାତାୟତ କରୁଥିବାରୁ ବାରମ୍ବାର ଏହି ଭଳି ଦୁର୍ଘଟଣା ଘଟୁଛି ବୋଲି ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
ଅଧିକ ପଢ଼ନ୍ତୁ: ଘର ବାହାରେ ଶୋଇଥିଲେ ମା’ ଏବଂ ଝିଅ; ମଧ୍ୟରାତ୍ରୀରେ ପିଟିପିଟି ହତ୍ୟା