ବାଲେଶ୍ୱର : ଭାରସାମ୍ୟ ହରାଇ ଟମାଟୋ ବୋଝେଇ ଗାଡିକୁ ପଛପଟୁ ଧକ୍କା ଦେଲା ବାଇକ୍। ଫଳରେ ଚାଲିଗଲା ଜଣଙ୍କ ଜୀବନ। ମୃତ ଯୁବକ ହେଉଛି ସୋର ମହଲା ଗାଁର ଜାହିଦ୍ କାଦ୍ରି। ସୋର ଥାନା ଉତ୍ତରେଶ୍ବର ନିକଟରେ ଘଟିଛି ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା। ଖବରପାଇ ପୋଲିସ ଘଟଣାସ୍ଥଳ ପହଂଚି ମୃତଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି।
ସୂଚନା ଅନୁସାରେ, ବାଲେଶ୍ବର ଜିଲ୍ଲା ସୋର ରାସ୍ତା ଦେଇ ଏକ ଟମାଟୋ ବୋଝେଇ ଗାଡି ଆସୁଥିଲା। ଏହି ସମୟରେ ଜାହିଦ୍ କାଦ୍ରି ଏକ ବାଇକରେ ଯାଉଥିଲା। ଏହି ସମୟରେ ଗୋରୁ ଚାଲାଣ ହେଉଥିବା ଖବର ପାଇ ପୋଲିସ ପେଟ୍ରୋଲିଂ କରୁଥିଲା। ପୋଲିସ ଭ୍ୟାନକୁ ଦେଖି ଛତ୍ରଭଙ୍ଗ ଦେଇଥିଲା ଜାହିଦ୍ କାଦ୍ରି। ଏତିକି ବେଳେ ଟମାଟୋ ବୋଝେଇ ଟ୍ରକରେ ପିଟି ହୋଇଯାଇଥିଲେ। ଫଳରେ ତାଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା। ତୁରନ୍ତ ତାଙ୍କୁ ଉଦ୍ଧାର କରି ପୋଲିସ ନିଜାଟସ୍ଥ ଡାକ୍ତରଖାନରେ ଭର୍ତି କରିଥିଲେ। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ତେଣୁ ପୋଲିସ ଏ ନେଇ ତଦନ୍ତ ଜାରି ରଖିଛି।