ତୃତୀୟ ଓ ଷଷ୍ଠ ସିଲାବସ୍ ବଦଳିବ ପାଇଁ କେନ୍ଦ୍ରୀୟ ମାଧ୍ଯମିକ ଶିକ୍ଷା ବୋର୍ଡ ପକ୍ଷରୁ ବଡ ଘୋଷଣା । ଚଳିତ ୨୦୨୪-୨୫ ଶିକ୍ଷାବର୍ଷରେ ସିବିଏସଇ ଦ୍ବାରା ପରି ପରିଚାଳିତ ମାଧ୍ଯମିକ ଓ ଉଚ୍ଚମାଧ୍ଯମିକ ସ୍କୁଲରେ କେବଳ ତୃତୀୟ ଓ ଷଷ୍ଠ ଶ୍ରେଣୀର ପାଠ୍ୟକ୍ରମ ବଦଳିବ । ଏଥିପାଇଁ କେନ୍ଦ୍ରୀୟ ମାଧ୍ଯମିକ ଶିକ୍ଷା ବୋର୍ଡ ପକ୍ଷରୁ ଘୋଷଣା କରାଯାଇଛି । ତୃତୀୟ ଓ ଷଷ୍ଠ ଶ୍ରେଣୀ ସିଲାବସ୍ ବ୍ୟତୀତ ଅନ୍ୟ କୌଣସି ଶ୍ରେଣୀର ସିଲାବସ୍ ବଦଳିବନି ।
ଏନସିଇଆରଟି ପକ୍ଷରୁ ତୃତୀୟ ଓ ଷଷ୍ଠ ଶ୍ରେଣୀ ପାଇଁ ନୂଆ ପୁସ୍ତକ ପ୍ରକାଶ ପାଇଛି । ଅନ୍ୟ ଶ୍ରେଣୀମାନଙ୍କରେ ପିଲାମାନଙ୍କୁ ପୁରୁଣା ସିଲାବସ ଅନୁଯାୟୀ ଶିକ୍ଷାଦାନ କରିବାକୁ ସିବିଏସଇ ପକ୍ଷରୁ ନିର୍ଦ୍ଦେଶ ହୋଇଥିଲାବେଳେ ତୃତୀୟ ଓ ଷଷ୍ଠ ଶ୍ରେଣୀ ପାଇଁ ନୂଆ ସିଲାବସ ଅନୁଯାୟୀ ଶିକ୍ଷାଦାନ କରିବା ପାଇଁ ନିର୍ଦ୍ଦେଶ ହୋଇଥିଲା । ଏନସିଇଆରଟି ବହି ବିବାଦ ଓ ପୁରୁଣା ସିଲାବସ୍ ବଦଳିବା ନେଇ ଚର୍ଚ୍ଚା ଆରମ୍ଭ ହେବାପରେ ପିଲାଙ୍କ ପାଠପଢ଼ାରେ ବିଳମ୍ବ ହୋଇଆସୁଥିଲା । ଶେଷରେ ସିବିଏସଇ ପାଠପଢା ନେଇ ଘୋଷଣା କରିଛି । ଫଳରେ ଅଭିଭାବକମାନେ ଆଶ୍ବସ୍ତ ହୋଇଛନ୍ତି ।