ରାଜନଗର : ଦୀର୍ଘ ୩ ମାସ ଧରି ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ। ମେ’ ୧ରୁ ଜୁଲାଇ ୩୧ ପର୍ଯ୍ୟନ୍ତ ବନ୍ଦ ରହିବ ଭିତରକନିକା। ଏହି ସମୟରେ କୁମ୍ଭୀରମାନଙ୍କ ମିଳନ ପ୍ରକ୍ରିୟା ହୋଇଥାଏ। ଏହାପରେ ମା’ କୁମ୍ଭୀରମାନେ ଅଣ୍ଡାଦାନ କରିଥାନ୍ତି। ଅଣ୍ଡାଦାନ କରିବା ପରେ ଛୁଆ ଫୁଟିବା ଯାଏଁ ଅଣ୍ଡା ଦେଇଥିବା ବସାକୁ ଜଗି ରହିଥାନ୍ତି। ତେବେ ଅଣ୍ଡାଦାନ ପରେ ମା’ କୁମ୍ଭୀରମାନେ ଅଧିକ ହିଂସ୍ର ହେବା ସହ ଆକ୍ରମଣ କରିବାର ସମ୍ଭାବନା ଥାଏ। ତେଣୁ ପର୍ଯ୍ୟଟକଙ୍କ ସୁରକ୍ଷା ନିମନ୍ତେ ବନବିଭାଗ ଭିତରକନିକାକୁ ବନ୍ଦ କରିବ। ଏପରିକି ଏହି ୩ମାସ ଭିତରକନିକା ଭିତରେ ବୋଟ ଚଳାଚଳ ମଧ୍ୟ ବନ୍ଦ ରହିବ। ଅନ୍ୟପଟେ ଭିତରକନିକା ସଂଲଗ୍ନ ନଦୀକୂଳିଆ ଗ୍ରାମବାସୀ ସତର୍କତାର ସହିତ ନଦୀରେ ଚଳପ୍ରଚଳ ହେବା ପାଇଁ ସୂଚନା ଦେଇଛନ୍ତି ରାଜନଗର ବନଖଣ୍ଡ ଅଧିକାରୀ।