ଭବାନୀପାଟଣା ; କଳାହାଣ୍ଡି ଜିଲ୍ଲା ଲାଂଜିଗଡ ବ୍ଲକ ନର୍ଲା ଥାନା ସିକେରକୁପା ଫାଣ୍ଡି ଅନ୍ତର୍ଗତ ଭବାନୀପାଟଣା ରାୟଗଡା ୬ନଂ ରାଜ୍ୟ ରାଜପଥରେ ଏକ ଅଘଟଣ ଘଟିଯାଇଛି । ସୋମବାର କିଡିଙ୍ଗ ଗ୍ରାମ ନିକଟରେ ସର୍ଟସର୍କିଟ ଯୋଗୁଁ ଏକ ମାଲବାହୀ ଟ୍ରକରେ ନିଆଁ ଲାଗିଯାଇଛି । ଯାହା ଫଳରେ ଗାଡି ଡ୍ରାଇଭର ଓ ହେଲପରଙ୍କ ଜୀବନ ଅଳ୍ପକେ ବର୍ତ୍ତିଯାଇଛି ।
ସୂଚନା ଅନୁସାରେ ମହାରାଷ୍ଟ୍ର ନାଗପୁରରୁ ଏକ ଟ୍ରକ ଲାଞ୍ଜିଗଡ କାରଖାନାକୁ ଜେନେରେଟର ନେଇ ଆସୁଥିବା ବେଳେ ହଠାତ ଗାଡିରେ ନିଆଁ ଲାଗିଯାଇଥିଲା । ଏହା ଦେଖି ଟ୍ରକ ଚାଳକ ଓ ହେଲପର ଗାଡିରୁ ବାହାରି ଯାଇଥିଲେ । ଯାହା ଫଳରେ ଉଭୟଙ୍କ ଜୀବନ ଅଳ୍ପକେ ବର୍ତ୍ତିଯାଇଥିଲା । ତେବେ ଏନେଇ ଖବର ପାଇ ନର୍ଲା , ଭବାନୀପାଟଣା ଓ ଲାଂଜିଗଡ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ୍ତ କରିଥିବା ବେଳେ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଂଚି ଅଧିକ ତଦନ୍ତ ଜାରି ରଖିଛନ୍ତି ।