ଭୁବନେଶ୍ୱର : ଘରୋଇ ଶିକ୍ଷାନୁଷ୍ଠାନକୁ ଗଣଶିକ୍ଷା ମନ୍ତ୍ରୀଙ୍କ ତାଗିଦ୍ । ଗ୍ରୀଷ୍ମ ପ୍ରବାହ ପାଇଁ ସ୍କୁଲ ବନ୍ଦ ନିର୍ଦ୍ଦେଶ ସତ୍ତ୍ବେ ଖୋଲାଯାଉଛି ସ୍କୁଲ୍ । ଏନେଇ ସୂଚନା ପାଇବା ପରେ ଘରୋଇ ଶିକ୍ଷାନୁଷ୍ଠାନକୁ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ତାଗିଦ୍ କରି କହିଛନ୍ତି ସ୍କୁଲ ବନ୍ଦ ନିର୍ଦ୍ଦେଶ ସତ୍ୱେ କିଛି ବେସରକାରୀ ଅନୁଷ୍ଠାନ ନିୟମକୁ ନ ମାନି ସ୍କୁଲ ଖୋଲୁଛନ୍ତି ବୋଲି ଖବର ଆସୁଛି ତେଣୁ ନିୟମ ଭାଙ୍ଗି ସ୍କୁଲ ଖୋଲା ହେଉଥିଲେ, ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ । ପିଲାଙ୍କ ସ୍ବାସ୍ଥ୍ୟ ଆମ ପାଇଁ ଗୁରୁତ୍ବପୂର୍ଣ୍ଣ । ଏନେଇ ଅନୁଧ୍ୟାନ ହେବା ସହ ଶିକ୍ଷା ବିଭାଗ ଶକ୍ତ ଆଭିମୁଖ୍ୟ ନେଉଛି ବୋଲି ମନ୍ତ୍ରୀ କହିଛନ୍ତି ।
ସୂଚନା ଥାଉ କି ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାରୁ ସରକାରଙ୍କ ପକ୍ଷରୁ ରାଜ୍ୟର ସମସ୍ତ ସରକାରୀ ଏବଂ ବେସରକାରୀ ସ୍କୁଲ,କଲେଜକୁ ଛୁଟି ଘୋଷଣା କରାଯାଇଛି । ତେବେ କିଛି ଘରୋଇ ଶିକ୍ଷାନୁଷ୍ଠାନ ସରକାରଙ୍କ ଗାଇଡ଼ ଲାଇନ ନ ମାନି ଖୋଲୁଛନ୍ତି । ଯାହାଦ୍ୱାରା ଛାତ୍ରଛାତ୍ରୀ ମାନେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି ।