ନୂଆଦିଲ୍ଲୀ: ସୋମବାର ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନର ଦରବାର ହଲ୍ରେ ମାନ୍ୟବର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଦେଶର ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ୭୧ ଜଣ ବ୍ୟକ୍ତିଙ୍କୁ ପଦ୍ମ ପୁରସ୍କାର ସମ୍ମାନ ପ୍ରଦାନ କରାଯାଇଛି । ୭୬ତମ ସାଧାରଣତନ୍ତ୍ର ଦିବସର ପୂର୍ବ ରାତ୍ରିରେ ପଦ୍ମ ବିଭୂଷଣ, ପଦ୍ମ ଭୂଷଣ ଓ ପଦ୍ମଶ୍ରୀ ସମ୍ମାନ ପାଇଁ ବିଭିନ୍ନ କ୍ଷେତ୍ରରେ ଉପଲବ୍ଧି ହାସଲ କରିଥିବା ୧୩୯ ଜଣଙ୍କ ନାମକୁ ଘୋଷଣା କରାଯାଇଥିଲା ।
ଏହି ଅବସରରେ ରାଷ୍ଟ୍ରପତି ଓଡ଼ିଶାର ଅଶୋକ କୁମାର ମହାପାତ୍ର, ଅଦ୍ୱୈତ ଚରଣ ଗଡ଼ନାୟକ ଏବଂ ଦୁର୍ଗା ଚରଣ ରଣବୀରଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ରାଷ୍ଟ୍ରପତି ସମ୍ମାନିତ କରିଛନ୍ତି । ଚିକିତ୍ସା କ୍ଷେତ୍ରରେ ନିଜର ଅତୁଳନୀୟ ଅବଦାନ ପାଇଁ ଅଶୋକ କୁମାର ମହାପାତ୍ର ଏବଂ କଳା କ୍ଷେତ୍ରରେ ଅଦ୍ୱୈତ ଚରଣ ଗଡ଼ନାୟକ ଓ ଦୁର୍ଗା ଚରଣ ରଣବୀରଙ୍କୁ ଏହି ସମ୍ମାନ ଜନକ ପଦ୍ମ ପୁରସ୍କାର ସମ୍ମାନିତ କରାଯାଇଛି।
ସେହିପରି ଏହି ଅବସରରେ ୪ ଜଣଙ୍କୁ ପଦ୍ମ ବିଭୂଷଣ ଏବଂ ୧୦ ଜଣଙ୍କୁ ପଦ୍ମ ଭୂଷଣ ପୁରସ୍କାରରେ ସମ୍ମାନିତ କରାଯାଇଛି। ସମ୍ମାନିତ ହୋଇଥିବା ବିଶିଷ୍ଟ ବ୍ୟକ୍ତିଙ୍କ ମଧ୍ୟରେ ଫିଲ୍ମ ନିର୍ମାତା ଶେଖର କପୁର, ଭାଓଲିନ ବାଦକ ଏଲ୍. ସୁବ୍ରମଣିଆମ୍, ତେଲୁଗୁ ସୁପରଷ୍ଟାର ନନ୍ଦମୁରୀ ବାଲକ୍ରିଷ୍ଣା, ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ପି.ଆର୍ ଶ୍ରୀଜେଶ୍ , କ୍ରିକେଟର ରବିଚନ୍ଦ୍ରନ ଅଶ୍ୱିନୀ ପ୍ରମୁଖ ରହିଛନ୍ତି।