ପୁରୀ : ଆସୁଛି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ଏଥିପାଇଁ ପ୍ରସ୍ତୁତ ହେଲାଣି ପୁରୀ ପ୍ରଶାସନ । ଆସନ୍ତା କାଲି ପବିତ୍ର ଅକ୍ଷୟ ତୃତୀୟା । ଏହି ଅବସରରେ ରଥକାଠ ଚିରଟର ପରମ୍ପରା ରହିଥିବା ବେଳେ ଆଜି ପୁରୀରେ ପହଂଚିଛି ପଂଚମ ପର୍ଯ୍ୟାୟ ରଥକାଠ । ବୌଦ୍ଧ ଡ଼ିଭିଜନର କଣ୍ଟାମାଳ ରେଞ୍ଜରୁ ୨୮ ଖଣ୍ଡ କାଠ ସୋମବାର ରାତିରେ ଆସି ପହଞ୍ଚିଛି। ଯେଁଉଥିରେ ୧୬ଟି ଧଉରା ଏବଂ ୧୨ଟି ଅସନ କାଠ ରହିଛି । ଏବେ ସୁଦ୍ଧା ପାଞ୍ଚଟି ପର୍ଯ୍ୟାୟରେ ପୁରୀ ରେ ପହଞ୍ଚିଲା ୧୬୯ ଖଣ୍ଡ କାଠ। ତେବେ ପୂର୍ବ ବର୍ଷରୁ ୫୧ଖଣ୍ଡ କାଠ ବଳକା ରହିଥିବା ବେଳେ ଚଳିତ ବର୍ଷ ପାଇଁ ଆଉ ୮୧୪ ଖଣ୍ଡ କାଠର ଆବଶ୍ୟକତା ଥିଲା। ଆଉ ୪୮୮ ଖଣ୍ଡ କାଠ ବିଭିନ୍ନ ପର୍ୟ୍ୟାୟରେ ଆସି ରଥ ଖଳାରେ ପହଞ୍ଚିବା ନେଇ ସୂଚନା ମିଳିଛି।