ପହଲଗାମ୍ ଆକ୍ରମଣକୁ ଆଜିକୁ ବିତିଲା ୮ ଦିନ। ଗତ ମଙ୍ଗଳବାର ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ପୁଣି ଥରେ ପଯ୍ୟଟକଙ୍କ ଉପରକୁ ଆକ୍ରମଣ ହୋଇପାରେ ବୋଲି ସର୍ତକ କରାଇଛି ଗୁଇନ୍ଦା ସଂସ୍ଥା। ଏହା ପରେ ଜାମ୍ମୁକାଶ୍ମୀର ସରକାର ବଡ଼ ନିଷ୍ପତି ନେଇଛନ୍ତି। ୮୭ଟି ପର୍ଯ୍ୟଟନ ସ୍ଥଳ ଭିତରୁ ୪୮ଟି ପଯ୍ୟଟନସ୍ଥଳୀକୁ ବନ୍ଦ କରି ଦିଆଯାଇଛି।
ସୂତ୍ର ମୁତାବିକ, ଏହି ଆକ୍ରମଣ ପରେ ଉପତ୍ୟାକାରେ କିଛି ଗୁପ୍ତ ସେଲ୍ ସକ୍ରିୟ ହୋଇଯାଇଛନ୍ତି। ଏନେଇ ପୁଣିଥରେ ପର୍ଯ୍ୟଟକଙ୍କ ଉପରକୁ ଆତଙ୍କବାଦୀ ଆକ୍ରମଣ ହେବାର ସମ୍ଭାବନକୁ ଦୃଷ୍ଟିରେ ରଖି ଗୁଇନ୍ଦା ସଂସ୍ଥା ସରକାରୀଙ୍କୁ ଚେତାବନୀ ଦେଇଥିଲା। ଏହା ପରେ ସରକାର ୪୮ଟି ପର୍ଯ୍ୟଟନସ୍ଥଳୀ ଓ ରିସୋର୍ଟକୁ ବନ୍ଦ କରିବାକୁ ନିଷ୍ପତି ନେଇଛନ୍ତି ସରକାର। ବନ୍ଦ କରାଯାଇଥିବା ଏହି ପର୍ଯ୍ୟଟନସ୍ଥଳୀ ଗୁଡ଼ିକ ସମ୍ବେଦନଶୀଳ ଅଞ୍ଚଳର ବୋଲି ଜଣାପଡ଼ିଛି। ତେବେ କଶ୍ମୀରରେ ମୋଟ ୮୭ଟି ଟୁରିଷ୍ଟ ହବ ଥିବା ବେଳେ ସେଥିମଧ୍ୟରୁ ୪୮କୁ ବନ୍ଦ କରିଦିଆଯାଇଛି। ବଡ଼ଗାମ ଓ ଅନନ୍ତନାଗରେ ଏକାଧିକ ପର୍ଯ୍ୟଟନ ସ୍ଥଳୀକୁ ବନ୍ଦ କରିଦିଆଯାଇଛି । ଜମ୍ମୁକଶ୍ମୀରର ସ୍ଥାନୀୟ ବାସିନ୍ଦା ପର୍ଯ୍ୟଟନରୁ ରୋଜଗାର କରିଥାଆନ୍ତି । ତେବେ ଆତଙ୍କବାଦୀ ଆକ୍ରମଣ ପରେ ପର୍ଯ୍ୟଟନ ଶିଳ୍ପ ବିଶେଷ ଭାବେ ପ୍ରଭାବିତ ହୋଇଛି ।
ଗୁଇନ୍ଦା ସୂଚନା ଅନୁଯାୟୀ, ପାକିସ୍ତାନର ଗୁଇନ୍ଦା ସଂସ୍ଥା ଇଣ୍ଟର-ସର୍ଭିସେସ୍ ଇଣ୍ଟେଲିଜେନ୍ସ (ISI) ବିଶେଷକରି ଶ୍ରୀନଗର ଏବଂ ଗାଣ୍ଡେରବଲ ଜିଲ୍ଲାରେ ଅଣ-ସ୍ଥାନୀୟ ଲୋକ, CID କର୍ମଚାରୀ ଏବଂ କାଶ୍ମୀର ପଣ୍ଡିତମାନଙ୍କ ଉପରେ ଟାର୍ଗେଟେଡ୍ ଆକ୍ରମଣ ଯୋଜନା କରୁଛି। ଏହି ସମୟରେ, ସୁରକ୍ଷା ବାହିନୀ ଗୁଲମାର୍ଗ, ସୋନମାର୍ଗ ଏବଂ ଡାଲ ହ୍ରଦ ଅଞ୍ଚଳ ସମେତ ସମ୍ବେଦନଶୀଳ ପର୍ଯ୍ୟଟନ ସ୍ଥଳୀଗୁଡ଼ିକରେ ଜମ୍ମୁ ଏବଂ କାଶ୍ମୀର ପୋଲିସର ସ୍ୱତନ୍ତ୍ର ଅପରେସନ୍ ଗ୍ରୁପର (ଏସଓଜି) ରୁ ଗଠିତ ଆଣ୍ଟି-ଫିଦାୟୀନ ଦଳ ମୁତୟନ କରିଛନ୍ତି।