ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ୨୦୨୫ ପାଇଁ ପ୍ରକାଶ ପାଇଲା କାର୍ଯ୍ୟସୂଚୀ। ଆସନ୍ତା ମେ ୨ ତାରିଖରୁ ହେବ ଓଜେଇଇ ପରୀକ୍ଷା ଆରମ୍ଭ ହୋଇ ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ। ତେବେ ୩ଟି ସିଫ୍ଟରେ ପରୀକ୍ଷା ହେବ। ମସ୍ତ ପରୀକ୍ଷା କମ୍ପ୍ୟୁଟର ବେସ୍ଡ ଟେଷ୍ଟ ମୋଡ୍ରେ କରାଯିବ। ରାଜ୍ୟ ଭିତରେ ୩୦ଟି ଓ ରାଜ୍ୟ ବାହାରେ ୩ଟି କେନ୍ଦ୍ରରେ ଓଜେଇଇ ପରୀକ୍ଷା ହେବ। ଛାତ୍ରଛାତ୍ରୀ ୱେବ୍ସାଇଟ୍ରୁ ନିଜର ଆଡମିଟ୍ କାର୍ଡ ଡାଉନ୍ଲୋଡ୍ କରିପାରିବେ।
ପ୍ରଥମ ସିଫ୍ଟ ପରୀକ୍ଷା ସକାଳ ସାଢ଼େ ୮ଟାରୁ ସାଢ଼େ ୧୦ଟା। ଦ୍ୱିତୀୟ ସିଫ୍ଟ ମଧ୍ୟାହ୍ନ ସାଢ଼େ ୧୨ଟାରୁ ଅପରାହ୍ନ ସାଢ଼େ ୨ଟା ଓ ତୃତୀୟ ସିଫ୍ଟ ଅପରାହ୍ନ ସାଢ଼େ ୪ଟାରୁ ସନ୍ଧ୍ୟା ସାଢ଼େ ୬ଟା ଯାଏ ହେବ। ମେ ୨ ତାରିଖରେ ୩ଟି ଯାକ ସିଫ୍ଟରେ ବି ଫାର୍ମା ପରୀକ୍ଷା ହେବ। ତେବେ ପରୀକ୍ଷା ଦେବା ପୂର୍ବରୁ ପ୍ରାର୍ଥୀମାନେ ପରୀକ୍ଷା କେନ୍ଦ୍ରକୁ ସେମାନଙ୍କର ପ୍ରବେଶ ପତ୍ର ସହିତ ନେବାକୁ ମନେରଖିବେ। ଯଦି କୌଣସି ପ୍ରାର୍ଥୀ ସେମାନଙ୍କର ପ୍ରବେଶ ପତ୍ର ବହନ କରିବାକୁ ଭୁଲି ଯାଆନ୍ତି, ତେବେ ସେମାନଙ୍କୁ ପରୀକ୍ଷାରେ ଯୋଗଦେବାକୁ ଅନୁମତି ଦିଆଯିବ ନାହିଁ।