ଦିଗପହଣ୍ଡି: ଗଳାକାଟି ଯୁବକଙ୍କୁ ହତ୍ୟା କରାଯାଇଛି । ଏହି ଘଟଣା ଗଞ୍ଜାମ ଜିଲ୍ଲାରେ ଚାଞ୍ଚଲ୍ୟ ଖେଳାଇଦେଇଛି । ମୃତକ ରାମପୁର ଗାଁର ବଳରାମ ଗୌଡ଼ । ପୋଲିସ ମୃତଦେହକୁ ଜବତ କରି ଘଟଣାର ତଦନ୍ତ କରୁଛି ।
ସୂଚନା ଅନୁସାରେ, ବାଳକୁମାରୀ ବ୍ରାହ୍ମଣିଆ ବନ୍ଧ ନିକଟରେ ବଳରାମ ଗୌଡ଼ଙ୍କ ମୃତଦେହ ରକ୍ତାକ୍ତ ଅବସ୍ଥାରେ ପଡିଥିବାର ସ୍ଥାନୀୟ ଲୋକ ଦେଖିଥିଲେ। ଏନେଇ ପୋଲିସକୁ ଖବର ଦିଆଯାଇଥିଲା । ଖବର ପାଇ, ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ଘଟଣାର ତଦନ୍ତ ଜାରି କରିଛି । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଏହି ଘଟଣା ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି । କିଏ ଓ କେଉଁ କାରଣରୁ ହତ୍ୟା କରିଛି ପୋଲିସ ତାହାର ତନାଘନା ଆରମ୍ଭ କରିଛି ।