ବରଗଡ଼: ଆଜିଠୁ ୧୧ ଦିନବ୍ୟାପୀ ବିଶ୍ବପ୍ରସିଦ୍ଧ ଖୋଲା ରଙ୍ଗମଞ୍ଚ ଧନୁଯାତ୍ରା ଆରମ୍ଭ ହେବ । ଯାହା ପାଇଁ ଚଳଚଞ୍ଚଳ ହୋଇପଡିଛି ବରଗଡ଼ ସହର । ବିଶ୍ବପ୍ରସିଦ୍ଧ ଧନୁଯାତ୍ରା ପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଚଳିତ ବର୍ଷ କଂସ ଭୂମିକାରେ ଭୁବନେଶ୍ୱର ବେହେରା ଦାଇତ୍ୱ ତୁଲାଇବେ । ଧନୁଯାତ୍ରାକୁ ଦେଖିବା ପାଇଁ ଲୋକଙ୍କ ପ୍ରବଳ ଗହଳି ମଧ୍ୟ ହୋଇଥାଏ । ଚଳିତ ବର୍ଷ ବରଗଡ଼ ଧନୁଯାତ୍ରା ୭୭ ବର୍ଷରେ ପଦାର୍ପଣ କରିଛି । ଆଜିଠୁ ବିଶ୍ବପ୍ରସିଦ୍ଧ ଧନୁଯାତ୍ରା ଆରମ୍ଭ ହୋଇ ଆସନ୍ତା ଜାନୁଆରୀ ୧୩ ତାରିଖରେ ଶେଷ ହେବ ।
ବରଗଡ଼ ସହରର ସବୁ ଗଳିକନ୍ଦି ଆଲୋକମାଳାରେ ସଜେଇ ହେବା ସହିତ ବିଭିନ୍ନ ଚିତ୍ରକଳାରେ ସଜେଇ ହୋଇଛି । ବରଗଡ଼ ଧନୁଯାତ୍ରା ଆୟୋଜକ କମିଟି ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଆଜି ଅପରାହ୍ନରେ ସାଂସ୍କୃତିକ ଶୋଭାଯାତ୍ରା ସହର ପରିକ୍ରମା କରି ବରଗଡର ଅଧିଷ୍ଠାତ୍ରୀ ଦେବୀ ମା' ସମଲେଇଙ୍କଠାରେ ପହଞ୍ଚିବା ପରେ ଅନ୍ୟାନ୍ୟ କାର୍ଯ୍ୟକ୍ରମମାନେ ନିର୍ଘଣ୍ଟ ସମୟରେ କରାଯିବ ।