ଭୁବନେଶ୍ୱର: ବିଏମସି କର୍ମଚାରୀଙ୍କୁ ମଦ ବୋତଲରେ ଆକ୍ରମଣ କଲେ ଦୁର୍ବୁତ୍ତ । ରବିବାର ରାତି ପ୍ରାୟ ୧୧ଟା ସମୟରେ ଭିଏସଏସ ନଗର ଫାଣ୍ଡି ସମ୍ମୁଖରେ ଷ୍ଟ୍ରିଟ ଲାଇଟ ମରାମତିବେଳେ ତାଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ଦୁର୍ବୁତ୍ତ ମାନେ ମୁଣ୍ଡରେ ମଦ ବୋତଲ ଫଟାଇବା ସହିତ ଗୋଡ଼ାଇ ଗୋଡ଼ାଇ ପିଟିଥିବା ସୂଚନା ମିଳିଛି। ଏହି ଘଟଣାରେ ସମ୍ପୃକ୍ତ ଜଣେ ଦୁର୍ବୃତ୍ତକୁ କାବୁ କରି ସହିଦନଗର ପୁଲିସ ତଦନ୍ତ ଜାରି ରଖିଛି । ତେବେ କେଉଁ କାରଣରୁ ଏପରି ଘଟଣା ଘଟିଛି ଜଣାପଡିନାହିଁ।