ନୂଆଦୀଲ୍ଲୀ : ପ୍ରୋଷ୍ଟେଟ୍ କର୍କଟ ରୋଗରେ ପୀଡିତ ପୂର୍ବତନ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଶୀଘ୍ର ଏବଂ ସମ୍ପୂର୍ଣ୍ଣ ଆରୋଗ୍ୟ କାମନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। 'ବାଇଡେନଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ଶୁଣି ମୁଁ ଚିନ୍ତିତ । ତାଙ୍କର ଶୀଘ୍ର ଏବଂ ସମ୍ପୂର୍ଣ୍ଣ ଆରୋଗ୍ୟ ପାଇଁ ଶୁଭକାମନା। ଡକ୍ଟର ଜିଲ୍ ବିଡେନ୍ ଏବଂ ପରିବାର ପ୍ରତି ଆମର ସମବେଦନା' ବୋଲି ଏକ୍ସରେ ଲେଖିଛନ୍ତି ଭରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ତେବେ ପୂର୍ବତନ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ପ୍ରୋଷ୍ଟେଟ୍ କର୍କଟ ରୋଗ ଚିହ୍ନଟ ହୋଇଛି। କୁହାଯାଉଛି ଯେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଏହି କର୍କଟ ରୋଗର ଶେଷ ପର୍ଯ୍ୟୟରେ ରହିଛନ୍ତି । ରବିବାର ଡେମୋକ୍ରାଟ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଗଣମାଧ୍ୟମକୁ ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ ଜୋ ବାଇଡେନ ପରିସ୍ରା ସମ୍ବନ୍ଧୀୟ ଲକ୍ଷଣ ଅନୁଭବ କରିବା ପରେ ତାଙ୍କର ପରୀକ୍ଷା କରାଯାଇଥିଲା, ଯାହା ପରେ ତାଙ୍କୁ ପ୍ରୋଷ୍ଟେଟ୍ କର୍କଟ ରୋଗ ହୋଇଥିବା ନିଶ୍ଚିତ କରାଯାଇଛି ।ଏବେ ତଙ୍କର ସ୍ବାସ୍ଥ୍ୟବସ୍ତା ପାଇଁ ଆଶ୍ୟୁ ଆରୋଗ୍ୟ କାମନା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।