କଟକ: ଦକ୍ଷିଣ ଆଫ୍ରିକାକୁ ଦିନିକିଆ ସିରିଜରେ ମାତ୍ ଦେବା ପରେ, ଟିମ୍ ଇଣ୍ଡିଆ ଏବେ ଟି-୨୦ ସିରିଜରେ ଭ୍ରମଣକାରୀ ଦଳ ସହ ମୁକାବିଲା କରିବ। ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ମଙ୍ଗଳବାର, ଡିସେମ୍ବର ୯ରେ କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯିବ। ମ୍ୟାଚ୍ ସନ୍ଧ୍ୟା ୭ ଟାରେ ଆରମ୍ଭ ହେବ। ସନ୍ଧ୍ୟା ୬ଟା ୩୦ରେ ଟସ୍ ପଡ଼ିବ। ତେବେ ବାରବାଟୀ ଟି-୨୦ ପାଇଁ କେମିତି ରବିବ ଟିମ୍ ଇଣ୍ଡିଆର ଚୂଡ଼ାନ୍ତ ଏକାଦଶ।
ଦିନିକିଆ ଖେଳିଥିବା ଖେଳାଳିଙ୍କ ମଧ୍ୟରୁ ପ୍ରଥମ ଟି-୨୦ ମ୍ୟାଚରୁ ସାତ ଜଣ ଖେଳାଳି ବାଦ୍ ପଡ଼ିବେ। ଏହି ଖେଳାଳିମାନଙ୍କ ମଧ୍ୟରେ ରୋହିତ ଶର୍ମା, ଯଶସ୍ୱୀ ଜୟସୱାଲ, ବିରାଟ କୋହଲି, ଋତୁରାଜ ଗାୟକୱାଡ, କେଏଲ ରାହୁଲ, ରବୀନ୍ଦ୍ର ଜାଡେଜା ଏବଂ ପ୍ରସିଦ୍ଧ କୃଷ୍ଣ ସାମିଲ୍। ରୋହିତ ଓ ବିରାଟ ଟି-୨୦ ଖେଳୁ ନାହାନ୍ତି। ଜୟସ୍ଵାଲ ଓ ଗାଏକ୍ଵାଡ଼ ଦିନିକିଆରେ ଭଲ ପ୍ରଦର୍ଶନ କରିଥିଲେ ହେଁ ଟି-୨୦ ଦଳରେ ସ୍ଥାନ ପାଇ ନାହାନ୍ତି।
ସବୁଠାରୁ ବଡ଼ ଖବର ଶୁଭମନ ଗିଲ୍ ଫିଟ୍ ଅଛନ୍ତି। ସେ ପ୍ରଥମ ଟି-୨୦ ମ୍ୟାଚରେ ଅଭିଷେକ ଶର୍ମାଙ୍କ ସହିତ ଇନିଂସ ଓପନ କରିବେ। ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ଦଳକୁ ଫେରିବେ। ସଞ୍ଜୁ ସାମସନ ଏବଂ ଜିତେଶ ଶର୍ମାଙ୍କ ମଧ୍ୟରୁ କାହାକୁ ସୁଯୋଗ ଦିଆଯିବା ଉଚିତ ? ମୁଖ୍ୟ କୋଚ୍ ଗୌତମ ଗମ୍ଭୀର ଏବଂ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ପାଇଁ ଏକ ବଡ଼ ପ୍ରଶ୍ନ।ସ୍ପିନର ଭାବେ ଅକ୍ଷର ପଟେଲ୍ ଓ କୁଲଦୀପ ଯାଦବ ନିଜର ସ୍ଥାନ ବଜାୟ ରଖି ପାରନ୍ତି। ଦ୍ରୁତ ବୋଲର ଭାବେ ବୁମରାଙ୍କ ସହ ଅର୍ଶଦୀପ ନା ହର୍ଷିତ କାହାକୁ ସୁଯୋଗ ମିଳିବ ତାହା ଦେଖିବାକୁ ବାକି ରହିଲା।
ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟି-୨୦ ପାଇଁ ଟିମ୍ ଇଣ୍ଡିଆର ସମ୍ଭାବ୍ୟ ପ୍ଲେଇଂ ଇଲେଭେନ୍:
ଅଭିଷେକ ଶର୍ମା, ଶୁଭମନ ଗିଲ୍, ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ତିଲକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ୍ ଦୁବେ, ଜିତେଶ ଶର୍ମା (ୱିକେଟକିପର), ଅକ୍ଷର ପଟେଲ, କୁଲଦୀପ ଯାଦବ, ହର୍ଷିତ ରାଣା/ଅର୍ଶଦୀପ ସିଂହ ଏବଂ ଜସପ୍ରିତ ବୁମରା।
Also read: ଟି-୨୦ ମ୍ୟାଚ୍ ପୂର୍ବରୁ ଟ୍ରାଫିକ୍ ପରାମର୍ଶ ଜାରି କଲା କମିଶନରେଟ୍ ପୋଲିସ