ଭୁବନେଶ୍ଵର: ବାରବାଟୀ ଟି-୨୦ ପାଇଁ ଭୁବନେଶ୍ଵରରେ ପହଞ୍ଚିଲେ ଉଭୟ ଟିମର ଖେଳାଳି। ଏହି କ୍ରମରେ ରବିବାର ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଛନ୍ତି ଭାରତୀୟ ଦଳର ଅଧିନାୟକ ସୂର୍ଯ୍ୟ କୁମାର ଯାଦବ। ଏହା ପୂର୍ବରୁ ରବିବାର ଅପରାହ୍ନରେ କୋଚ୍ ଗୌତମ ଗମ୍ଭୀରଙ୍କ ସହ ତିଲକ ବର୍ମା, ଅର୍ଶଦୀପ ସିଂ, ହର୍ଶିତ ରାଣା, କୁଲଦୀପ ଯାଦବ, ୱାଶିଂଟନ ସୁନ୍ଦର ପହଞ୍ଚିଥିଲ।
ଅଧିନାୟକଙ୍କ ସମେତ ଆଉ ପାଞ୍ଚ ଖେଳାଳି ଶୁଭମନ୍ ଗିଲ୍, ଶିବମ ଦୁବେ, ଜିତେଶ ଶର୍ମା, ଅଭିଷେକ ଶର୍ମା ଓ ଅକ୍ଷର ପଟେଲ ମଧ୍ୟ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ମେ ଫେୟାର ହୋଟେଲରେ ଓଡ଼ିଆ ପରମ୍ପରାରେ ଭବ୍ୟ ସ୍ବାଗତ କରାଯାଇଛି । ଏହା ପୂର୍ବରୁ ଭୁବନେଶ୍ବରର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଭିନ୍ନ ଭିନ୍ନ ପର୍ଯ୍ୟାୟରେ ପହଞ୍ଚିଛନ୍ତି ଭାରତ ଏବଂ ଦକ୍ଷିଣ ଆଫ୍ରିକାର ଖେଳାଳି। ରବିବାର ଅପରାହ୍ନରେ କୋଚ୍ ଗୌତମ ଗମ୍ଭୀରଙ୍କ ସହ ତିଲକ ବର୍ମା, ଅର୍ଶଦୀପ ସିଂ, ହର୍ଶିତ ରାଣା, କୁଲଦୀପ ଯାଦବ, ୱାଶିଂଟନ ସୁନ୍ଦର। ସେହିପରି ଦକ୍ଷିଣ ଆଫ୍ରିକା ୫ ଜଣ ଖେଳାଳି ଶୁକ୍ରବାର ପହଞ୍ଚିଥିବା ବେଳେ ଅନ୍ୟ ଖେଳାଳିମାନେ ଆଜି ପହଞ୍ଚିଛନ୍ତି। ବିମାନ ବନ୍ଦରରେ ଓସିଏ ଷ୍ଟାଫ୍ ଖେଳାଳିମାନଙ୍କୁ ସ୍ବାଗତ କରିଥିବା ବେଳେ ସ୍ବତନ୍ତ୍ର କାରକେଡରେ ମେ ଫେୟାର ହୋଟେଲରେ ପହଞ୍ଚିଥିଲେ ଖେଳାଳି।
ଉଭୟ ବିମାନବନ୍ଦର ଓ ହୋଟେଲ ବାହାରେ ପ୍ରଶଂସକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ଭିଡ଼କୁ ଦେଖୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ବର୍ତ୍ତମାନ ସୁଦ୍ଧା ୧୪ ଭାରତୀୟ ଖେଳାଳୀ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଆସନ୍ତାକାଲି ଟିମ୍ ଇଣ୍ଡିଆ ୧୧ଟା ୩୦ରେ ଏବଂ ସଂଧ୍ୟାରେ ଦକ୍ଷିଣ ଆଫ୍ରିକା ଦଳ ଅଭ୍ୟାସ କରିବ। ଖେଳାଳିମାନଙ୍କୁ ଭୁବନେଶ୍ବରରରୁ କଡ଼ା ସୁରକ୍ଷାରେ ନିଆଯିବ କଟକର ବାରବାଟି ଷ୍ଟାଡିଅମ।