ଭୁବନେଶ୍ୱର: ଭୁବନେଶ୍ୱରର ରାଜ୍ୟ କାର୍ଯ୍ୟାଳୟ ରେ ବିଜେପି ର ପ୍ରତିଷ୍ଠା ଦିବସ ପାଳନ କରାଯାଉଛି। ଏହି କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ଓଡ଼ିଶା ରାଜ୍ୟ ପ୍ରଭାରୀ ବିଜୟପାଲ ସିଂ ତୋମାର, ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ବରିଷ୍ଠ ବିଜେପି ନେତା ମାନେ ଉପସ୍ଥିତ ଅଛନ୍ତି । ବିଜେପି କାର୍ଯ୍ୟାଳୟ ରେ ବିଜେପି ପତାକା କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ସହ ରାଜ୍ୟ ସଭାପତି ମିଶି ଉତ୍ତୋଳନ କରିଥିଲେ । ପ୍ରତିଷ୍ଠା ଦିବସ ଅବସରରେ ରାଜ୍ୟ କାର୍ଯ୍ୟାଳୟ ରେ କର୍ମକର୍ତ୍ତା ମାନଙ୍କ ମନରେ ଉତ୍ସାହ ବଢାଇବା ପାଇଁ ସଭା ଆୟୋଜନ କରାଯାଇଛି ।
ବିଜେପିର ପ୍ରତିଷ୍ଠା ଦିବସରେ ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଜଣାଇଲେ ରାଜ୍ୟ ସଭାପତି ମନମୋହନ ସାମଲ । ୪୬ ତମ ପ୍ରତିଷ୍ଠା ଦିବସ ରେ କାର୍ଯ୍ୟକର୍ତ୍ତାଙ୍କ ଠୁଁ ନେଇ ତୃଣମୂଳସ୍ତରରେ ଆମର କର୍ମକର୍ତ୍ତାଙ୍କ ଭିତରେ ଉତ୍ସାହିତ ଅଛନ୍ତି। ୪୬ ବର୍ଷରେ ଜମ୍ମୁ କାଶ୍ମୀର ଠାରୁ ଆରମ୍ଭ କରି କନ୍ୟାକୁମାରୀ ଯାଏଁ ୨୧ ଟି ରାଜ୍ୟରେ ସେବା କରିବା ପାଇଁ ଲୋକଙ୍କ ଆଶୀର୍ବାଦ ମିଳିଛି । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ବିଶ୍ଵରେ ୧ ନମ୍ବର ଦଳ ହିସାବ ରେ ଆଜି ଲୋକଙ୍କ ସେବା କରି ଆସୁଛି । ଲୋକଙ୍କ ସହଯୋଗ, ଶୁଭେଛା ,ଆଶୀର୍ବାଦରେ ଦଳ ଆଗକୁ ଯାଇଛି । ଭାରତକୁ ବିକଶିତ ଭାରତରେ ପହଞ୍ଚାଇବା ରେ ଯଶଶ୍ଵି ପ୍ରଧାନମନ୍ତ୍ରୀ କାମ କରୁଛନ୍ତି । ଉଭୟ ଲୋକ ସଭା ଓ ବିଧାନସଭାରେ ଆମର ପ୍ରଦର୍ଶନ ଖୁବ୍ ପ୍ରଶଂସନୀୟ।ଏହି ସୁଯୋଗ ପାଇଁ ଓଡ଼ିଶାର ଜନତା ଙ୍କୁ ଆମେ ଧନ୍ୟବାଦ ଜଣାଉଛୁ ।