ଭୁବନେଶ୍ୱର: ଓଡିଶା ଟିଚର ଏଲିଜିବିଲିଟି ଟେଷ୍ଟ(ଓଟିଇଟି) ପ୍ରଶ୍ନପତ୍ର ଲିକ୍ ମାମଲାରେ ନିହାର ରଞ୍ଜନ ମହାନ୍ତିଙ୍କ ଗିରଫ ପରେ ଉପସଭାପତି ଖାଲି ପଡିଥିଲା । ଏବେ ଏହି ପଦରେ ଅମୂଲ୍ୟ କୁମାର ପ୍ରଧାନଙ୍କୁ ବୋର୍ଡର ଉପସଭାପତି ପଦରେ ନିଯୁକ୍ତ କରାଯାଇଛି । ଏହା ସହ ଚକ୍ରଧର ବେହେରାଙ୍କୁ ନୂତନ ଡେପୁଟୀ କଣ୍ଟ୍ରୋଲ ଓ ଅମିତ୍ରା ପ୍ରୀତିନନ୍ଦାଙ୍କୁ ପରୀକ୍ଷା ନିୟନ୍ତ୍ରକ ଭାବେ ନିଯୁକ୍ତି ମିଳିଛି । ଏ ନେଇ ଗୁରୁବାର ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ନିହାର ରଞ୍ଜନ ମହାନ୍ତି ଗିରଫ ହେବା ସହ ନିଲମ୍ବିତ ହୋଇଥିଲେ । ଏହା ପରେ ବୋର୍ଡର ସମ୍ବଲପୁର ଆଞ୍ଚଳିକ କାର୍ଯ୍ୟାଳୟରେ କାର୍ଯ୍ୟରତ ଅମୂଲ୍ୟ କୁମାର ପ୍ରଧାନଙ୍କୁ ସରକାର ବୋର୍ଡର ନୂଆ ସଭାପତି ଭାବେ ନିଯୁକ୍ତି ମିଳିଛି । ଜାରି ବିଜ୍ଞପ୍ତି ଅନୁସାରେ ଚକ୍ରଧର ବେହେରାଙ୍କୁ ନୂଆ ଡେପୁଟି କଣ୍ଟ୍ରୋଲ ଓ ଅମ୍ରିତା ପ୍ରୀତିନନ୍ଦାଙ୍କୁ ପରୀକ୍ଷା ନିୟନ୍ତ୍ରକ ଭାବେ ନିଯୁକ୍ତି ମିଳିଛି ।
ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଉପସଭାପତି ନିହାର ରଞ୍ଜନ ମହାନ୍ତିଙ୍କୁ କ୍ରାଇମବ୍ରାଞ୍ଚ ଅଗଷ୍ଟ ୩ ତାରିଖରେ ଗିରଫ କରିଥିଲା । ଏହା ପରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନିଆଯାଇ ସରକାର ନିହାରଙ୍କୁ ସସପେଣ୍ଡ କରିଥିଲେ । ଏବେ ନିହାର ବିଚାର ବିଭାଗୀୟ ହାଜତରେ ଅଛନ୍ତି । ସୂଚନାଯୋଗ୍ୟ, ଜୁଲାଇ ୨୦ରେ ଓଟିଇଟି ପରୀକ୍ଷା ହେବାର ଥିଲା । କିନ୍ତୁ ୧୯ ତାରିଖରେ ପ୍ରଶ୍ନପତ୍ର ଭାଇରାଲ୍ ହୋଇଥିଲା । କ୍ରାଇମବ୍ରାଞ୍ଚ ତଦନ୍ତ କରିବା ବେଳେ ସ୍କାନରକୁ ଆସିଥିଲେ ନିହାର ।