ହାତୀ ପରେ ଭାଲୁ ଆତଙ୍କ । ଥମୁନି ବନ୍ୟଜନ୍ତୁଙ୍କ ଆତଙ୍କ । କେତେବେଳେ ହାତୀ ଫସଲ ନଷ୍ଟ କରୁଛି କେତେବେଳେ ବାଘ ଭୟରେ ଲୋକେ ଘରୁ ବାହାରି ପାରୁନାହାନ୍ତି । ଏହାରି ଭିତରେ ଭାଲୁ ଆକ୍ରମଣ ଫଳରେ ଚାଲିଗଲା ଜଣଙ୍କ ଜୀବନ ।ଏଭଳି ଘଟଣା ଘଟିଛି ନବରଙ୍ଗପୁରରେ । ମୃତକ ବ୍ୟକ୍ତି ପେଟି ଠିକାଦାର ଭାବେ ନିୟୋଜିତ ଥିଲେ ।ଜଙ୍ଗଲରୁ ଗଛ କାଟି ଜଙ୍ଗଲ ସଫା କରିଦେଉଥିବାରୁ ଏଭଳି ଘଟନ ଅଲଗାତାର ଘଟିଚାଲିଛି ।
ସୂଚନା ଅନୁଯାୟୀ ,ଠିକା କ୍ୟାମ୍ପରେ ରହୁଥିବା ଶ୍ରମିକ ଜଣକ ଭୋରରୁ ଶୌଚ ପାଇଁ ଯାଉଥିବା ବେଳେ ଭାଲୁ ହାବୁଡ଼ରେ ପଡ଼ିଥିଲେ । ଫଳରେ ଭାଲୁ ତାଙ୍କୁ ଆକ୍ରମଣ କରିଥିଲା । ନିଜ ଜୀବନକୁ ରକ୍ଷା କରିବା ପାଇଁ ଭାଲୁ ସହ ଦୀର୍ଘ ସମୟ ଧରି ଲଢେଇ ମଧ୍ୟ କରିଥିଲେ। ଟଙ୍କା ଚିତ୍କାର ଶୁଣି କ୍ୟାମ୍ପସରେ ଥିବା ଶ୍ରମିକ ଦୌଡ଼ି ଆସି ଗାଁ ଲୋକଙ୍କ ସାହାଯ୍ୟରେ ଭାଲୁକୁ ଘଉଡେଇବାକୁ ଉଦ୍ୟମ ମଧ୍ୟ କରିଥିଲେ। କିନ୍ତୁ କୌଣସି ସୁଫଳ ମିଳି ନ ଥିଲା । ଜଙ୍ଗଲୀ ଭାଲୁ ଶିକାରରେ ଠିକାଦାର ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା। ଏନେଇ ଖବର ପାଇ ଘଟଣାସ୍ଥଳରେ ବନବିଭାଗ କର୍ମଚାରୀ ଓ ପୋଲିସ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛନ୍ତି ।ଏଭଳି ପରିସ୍ଥିତିରେ ସ୍ଥାନୀୟ ଅଞ୍ଚଳରେ ଏକ ଭୟର ବାତାବରଣ ଖେଳିଯାଇଛି ।
ଅଧିକ ପଢନ୍ତୁ :ଜାତୀୟ ରାଜପଥରେ ୨୫ଟିକିଆ ହାତୀପଲ