ଡିଜିପି ହେମନ୍ତ ଲୋହିଆଙ୍କ ହତ୍ୟା ମାମଲାରେ ଅଭିଯୁକ୍ତ ଗିରଫ, ମିଳିଲା ଏକ ଡାଏରୀ ଜାମ୍ମୁ, ଅକ୍ଟୋବର ୪ (ଖବର ଓଡ଼ିଶା) Share story: ଜାମ୍ମୁ ଓ କାଶ୍ମୀର ଜେଲ ବିଭାଗର ଡିଜିପି ହେମନ୍ତ ଲୋହିଆଙ୍କ ହତ୍ୟା ମାମଲାରେ ଅଭିଯୁକ୍ତକୁ ଗିରଫ କରାଯାଇଛି ।ଅଭିଯୁକ୍ତର ଏକ ଡାଏରୀ ମିଳିଛି, ଯେଉଁଥିରେ ଦର୍ଶାଯାଇଛି ଯେ ଅଭିଯୁକ୍ତ ମାନସିକ ଅବସାଦରେ ପୀଡିତ ଥିଲେ । ଏନେଇ ଜାମ୍ମୁ ଏଡିଜିପି ମୁକେଶ ସିଂହ ସୂଚନା ଦେଇଛନ୍ତି । ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ ରାତିସାରା ବ୍ୟାପକ ସର୍ଚ୍ଚ ଅପରେସନ କରିଥିଲା, ପରେ ଅଭିଯୁକ୍ତକୁ ଗିରଫ କରି ପଚରାଉଚରା କରାଯାଉଛି ।ଜାମ୍ମୁର ଉଦୟୱାଲାସ୍ଥିତ ତାଙ୍କ ବାସଭବନରେ ହେମନ୍ତଙ୍କ ମୃତଦେହ ମିଳିଥିଲା । ତାଙ୍କ ଶରୀରରେ ଅନେକ ଆଘାତ ଚିହ୍ନ ଏବଂ ପୋଡା ଚିହ୍ନ ଅଛି । ହତ୍ୟା କରି ସହାୟକ ଫେରାର ହୋଇଯାଇଥିବା ପୋଲିସ କହିଛି । ଯାହା ପରେ ରାତିରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ଏହା ପରେ ପୋଲିସ ୟାସିରକୁ କନାଚକ ଅଞ୍ଚଳରେ ଗିରଫ କରିଥିଲା । ସୁରକ୍ଷା ଦୃଷ୍ଟିରୁ ଜାମ୍ମୁ ଏବଂ ରାଜୌରୀ ଜିଲ୍ଲାରେ ପୋଲିସ ଇଣ୍ଟରନେଟ୍ ଉପରେ ପ୍ରତିବନ୍ଧକ ଲଗାଇ ସାରିଛି । ଖବର ଓଡ଼ିଶା, Reporter, 04/10/2022