କେନ୍ଦୁଝର : ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ସଡ଼କ ଦୁର୍ଘଟଣାରେ ଚାଲିଗଲା ଗୋଟିଏ ପରିବାରର ୩ ଜୀବନ । ମୃତକଙ୍କ ମଧ୍ୟରେ ବାପା-ମାଆଙ୍କ ସମତେ ଜଣେ ୧୧ ବର୍ଷର ଶିଶୁକନ୍ୟା ରହିଛନ୍ତି । ଦୁର୍ଘଟଣା ପରେ ସ୍ଥାନୀୟ ଲୋକଙ୍କ ପକ୍ଷରୁ ରାସ୍ତା ଅବରୋଧ କରାଯାଇଛି ।
ସୂଚନା ଅନୁଯାୟୀ, ସ୍ୱାମୀ-ସ୍ତ୍ରୀ ଏକ ବାଇକ୍ ଯୋଗେ ନିଜ ବର୍ଷକର ଶିଶୁକନ୍ୟାକୁ ନେଇ କେଉଁଆଡ଼େ ଯାଉଥିଲେ । କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ୪୯ ନମ୍ବର ଜାତୀୟ ରାଜପଥ ଜଗମୋହନପୁର ଠାରେ ସ୍ବାମୀ, ସ୍ତ୍ରୀ ଓ ଝିଅଙ୍କ ଉପରେ ମାଡ଼ିଗଲା କଣ୍ଟେନର । ଘଟଣାସ୍ଥଳରେ ୩ଜଣଙ୍କର ମୃତ୍ୟୁ ଘଟିଛି । ବାପା, ମା ଓ ଝିଅ ଏକ ବାଇକ୍ ରେ ଯାଉଥିବା ବେଳେ, ଏକ କଣ୍ଟେନର୍ ସେମାନଙ୍କ ବାଇକ୍ କୁ ଧକ୍କା ଦେବାରୁ ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ଘଟିଛି । ମୃତକମାନେ ବାରକୋଟ ଥାନା ବାହାଡ଼ାପଶି ଗାଁର ସୂଚନା । ଦୁର୍ଘଟଣା ଘଟାଇଥିବା କଣ୍ଟେନର୍ ଜନସନପୁର ଟୋଲଗେଟ୍ ନିକଟରେ ଅଟକ ହୋଇଛି ।ସ୍ଥାନୀୟ ଲୋକଙ୍କ ପକ୍ଷରୁ ରାସ୍ତା ଅବରୋଧ କରାଯାଇଛି । ଯାହାଫଳରେ ରାସ୍ତାର ଉଭୟ ପଟରେ ଅନେକ ଗାଡ଼ି ଅଟକି ରହିଛି ।