ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅଞ୍ଚଳରେ ଏକ ସଡ଼କ ଦୁର୍ଘଟଣା ଘଟିଛି । ଫଳରେ ବାଇକ ଆରୋହୀ ଜଣକ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁସାରେ, ଆଜି ବାଇକରେ ଜଣେ ଯୁବକ ଆସୁଥିବା ସମୟରେ ବସ୍ଟି ବାଇକକୁ ଧକ୍କା ଦେଇଥିଲା । ଧକ୍କା ଦେଇ ଘଟଣାସ୍ଥଳରୁ ବାଇକ ଆରୋହୀଙ୍କୁ ୫୦ ମିଟର ଟାଣିନେଇଥିଲା । ଏହି ଦୁର୍ଘଟଣାରେ ବାଇକ ଆରୋହୀ ଜଣକ ଗୁରୁତର ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଏହି ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଅସନ୍ତୋଷ ହୋଇଥିଲେ । ଖବର ପାଇ, ପୋଲିସ ପହଞ୍ଚି ବାଇକ ଓ ବସ୍କୁ ଜବତ କରିବା ସହିତ ସ୍ଥାନୀୟ ଲୋକେଙ୍କ ସହ ଘଟଣା ସମ୍ପର୍କରେ ଆଲୋଚନା କରିଥିଲେ । ତା ପରେ ପୋଲିସ ଘଟଣାର ତଦନ୍ତ କରୁଛି ।