ପୁରୀ: ପୁରୀ ଅଠରନଳା ଉପରୁ ତଳକୁ ଡେଇଁଲେ ଯୁବକ । ଯୁବକ ଜଣକ ପୋଲ ଉପରେ ବସି ରହିଥିବାବେଳେ ଅସାବଧନତା ଯୋଗୁଁ ପୋଲ ତଳକୁ ଖସିପଡ଼ିଥିଲେ ।
ଖବର ପାଇ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରି ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ତେବେ ଏହି ଯୁବକଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି ।