ସକ୍ରିୟ ଘର୍ଣ୍ଣିବଳୟ ପ୍ରଭାବରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ରାଜ୍ୟର ଅଧିକାଂଶ ଅଚଂଳରେ ବର୍ଷା ସହ ଘଡ଼ଘଡ଼ି ସମ୍ଭାବନା ଭୁବନେଶ୍ୱର ,ଅକ୍ଟୋବର 3(ଖବର ଓଡ଼ିଶା): Share story: ସକ୍ରିୟ ଘର୍ଣ୍ଣିବଳୟ ପ୍ରଭାବରେ ଆରମ୍ଭ ହେଲା ଲଘୁଚାପ କ୍ଷେତ୍ର । ପଶ୍ଚିମ କେନ୍ଦ୍ରିୟ ବଙ୍ଗୋପସାଗର ଓ ପାଶ୍ୱର୍ବର୍ତ୍ତୀ ଅଚଂଳରେ ସୃଷ୍ଟି ହୋଇଛି ଳଘୁଚାପ କ୍ଷେତ୍ର । ଯାହା ଫଳରେ ରାଜ୍ୟର ଅଧିକାଂଶ ଅଚଂଳରେ ବର୍ଷା ସହ ଘଡ଼ଘଡ଼ି ଲାଗି ରହିଛି । ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଜାରି କରି କହିଛି, ୩ରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି ଓ ସୁନ୍ଦରଗଡ଼ ସମେତ ଆଭ୍ୟନ୍ତରୀଣ ଜିଲ୍ଲାରେ ପ୍ରବଳ ବର୍ଷା ହେବ । ୪ରେ ଗଞ୍ଜାମ, ଗଜପତି, ପୁରୀ ଓ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ଦକ୍ଷିଣ ଆଭ୍ୟନ୍ତରୀଣ ଜିଲ୍ଲାରେ ୪ ଓ ୫ରେ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ୩ରୁ ୭ ତାରିଖ ଯାଏ ଉତ୍ତର ଆଭ୍ୟନ୍ତରରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଖବର ଓଡ଼ିଶା, Reporter, 03/10/2022