ଖୁଡିକୁ ନୃଶଂସ ଭାବେ ପଥରରେ ଛେଚି ହତ୍ୟାକଲା ପୁତୁରା। ତେବେ ଏଭଳି ଅମାନୁଷିକ ଘଟଣା ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ଥାନା ଅନ୍ତର୍ଗତ ସୋଲ ପଞ୍ଚାୟତର ଅସୁର ଖୋଲ ଗ୍ରାମରେ ଘଟିଛି। ମୃତ ମହିଳା ଜଣଙ୍କ ହେଲେ ପଦ୍ମା ମିର୍ଧା। ତେବେ ଖବରପାଇ ପୋଲିସ ଘଟଣାସ୍ଥଳରେ ପହଂଚି ଅଭିଯୁକ୍ତ ପୁତୁରାକୁ ଗିରଫ କରିଛି।   
ସୂଚନା ଅନୁସାରେ, ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଖୁଡିକୁ ପଥରେ ଛେଚି ହତ୍ୟା। ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ଥାନା ଅନ୍ତର୍ଗତ ସୋଲ ପଞ୍ଚାୟତର ଅସୁର ଖୋଲ ଗ୍ରାମର ପଦ୍ମା ମିର୍ଧା ପାଖରେ ଥିବା ନାଳକୁ ଗାଧୋଇବାକୁ ଯାଇଥିଲେ। ଏହି ସମୟରେ ତାଙ୍କ ପୁତୁରା ଏକ ବାଡି ଆଣି ପଦ୍ମାଙ୍କ ମୁଣ୍ଡକୁ ବାଡ଼େଇ ଦେଇଥିଲେ। ସେ ତଳେ ପଡ଼ିଯିବା ଫଳରେ ଅଭିଯୁକ୍ତ ପଦ୍ମାଙ୍କୁ ପଥର ଛେଚି ହତ୍ୟା କରିଥିଲେ। ଏହାପରେ ସ୍ଥାନୀୟ ଲୋକଙ୍କ ଖବର ଦେଇଥିଲେ। ଖବରପାଇ ପୋଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏପରିକି ଏହି ମାମଲାରେ ସମ୍ପୃକ୍ତ ଥିବା ପୁତୁରାକୁ ଗିରଫ କରିଛି ପୋଲିସ। ଏହାସହିତ ଏହି ଘଟଣା ବାବଦରେ ଅଧିକ ପସାହରାଉଚରା କରୁଛି ପୋଲିସ।