ଭୁବନେଶ୍ୱର: ରାଜ୍ୟରେ ଖୁବଶୀଘ୍ର ନୂଆ ଅତିରିକ୍ତ ଜିଲା ଓ ଦୌରା ଜଜ୍ (ADJ) କୋର୍ଟ ଖୋଲିବ । ରାଜ୍ୟରେ ୮ଟି ନୂଆ ADJ କୋର୍ଟ ପାଇଁ ଆଇନ ବିଭାଗର ବିଜ୍ଞପ୍ତି ପ୍ରକାଶ ପାଇଛି । ବାଙ୍କୀ, ରଣପୁର, ବାଣପୁର, ବାସୁଦେବପୁର, ପିପିଲି, ତାଳଚେର, ରାଜଗାଙ୍ଗପୁର ଓ ଜି. ଉଦୟଗିରିରେ ADJ କୋର୍ଟ ହେବା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ୩ଟି ନୂଆ ଭିଜିଲାନ୍ସ କୋର୍ଟ କେନ୍ଦ୍ରାପଡ଼ା, ନୟାଗଡ଼, ପୁରୀରେ ପ୍ରତିଷ୍ଠା ହେବ । ରାଜ୍ୟରେ ନ୍ୟାୟ ସେବାକୁ ସୁଦୃଢ଼ କରିବା ସହିତ ନ୍ୟାୟ ବ୍ୟବସ୍ଥାର ସୁପରିଚାଳନା ପାଇଁ ଏପରି ନିଷ୍ପତ୍ତି ନିଆଯାଇଛି । ନ୍ୟାୟ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବା ସହିତ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।
ଅତିରିକ୍ତ ଜିଲା ଓ ଦୌରା ଜଜ୍ (ADJ) କୋର୍ଟ ଓ ଭିଜିଲାନ୍ସ କୋର୍ଟ ପାଇଁ ଆବଶ୍ୟକୀୟ କର୍ମଚାରୀଙ୍କ ନିମନ୍ତେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ। ଓଡ଼ିଶା ହାଇକୋର୍ଟର ସହଯୋଗରେ ଏହି କୋର୍ଟଗୁଡ଼ିକ ପରିଚାଳିତ ହେବ ।