ଖବର ଓଡ଼ିଶା: ଓଡ଼ିଶାକୁ ଆହୁରି ମହାବଳ ବାଘ ଅଣାଯିବ । ସେପ୍ଟେମ୍ବର ଶେଷ ସୁଦ୍ଧା ମହାରାଷ୍ଟ୍ର ଓ ମଧ୍ୟ ପ୍ରଦେଶରୁ ୫ ମହାବଳ ବାଘ ଓଡ଼ିଶା ଆସିବେ । ମହାବଳ ଅଣାଯିବା ନେଇ ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦ ସୂଚନା ଦେଇଛନ୍ତି । ଓଡ଼ିଶାକୁ ଆସିବା ପରେ ବରଗଡ ଦେବ୍ରିଗଡରେ ୩ ଓ ଶିମିଳିପାଳରେ ୨ ମହାବଳ ବାଘ ଛଡ଼ାଯିବ ।
ପିସିସିଏଫ୍ କହିଛନ୍ତି ଯେ ଓଡ଼ିଶାକୁ ମହାବାଘ ଦେବାକୁ ମହାରାଷ୍ଟ୍ର ଓ ମଧ୍ୟ ପ୍ରଦେଶ ସରକାରଙ୍କୁ ଅନୁରୋଧ କରାଯାଇଥିଲା । ଦୁଇ ସରକାର ବାଘ ଦେବାକୁ ରାଜି ହୋଇଛନ୍ତି । ୫ ମହାବଳ ବାଘଙ୍କୁ ଚିହ୍ନଟ କରାଯାଇଛି । ଆଇନଗତ ପ୍ରକ୍ରିୟା ଶେଷ ହେବା ପରେ ଓଡ଼ିଶା ଅଣାଯିବ ବୋଲି ପିସିସିଏଫ୍ କହିଛନ୍ତି । ସପ୍ତାହକ ଭିତରେ ବନ ବିଭାଗର ୨ଟି ଟିମ୍ ମହାବଳ ଆଣିବାକୁ ମହାରାଷ୍ଟ୍ର ଓ ମଧ୍ୟ ପ୍ରଦେଶକୁ ଯିବେ । ଦେବ୍ରିଗଡ ଜଙ୍ଗଲରେ ବାଘ ଛଡାଯିବା ପରେ ଗାଁ ଗଣ୍ଡାକୁ ନଯିବା ଲାଗି ସୋଲାର ଫେନ୍ସିଂ ହେବ ।