ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନାର ମଗରମୁଣ୍ଡାରେ ଗୋଠଛଡ଼ା ଦନ୍ତା ହାତୀଙ୍କ ଉପଦ୍ରଵ ବଢ଼ିବାରେ ଲାଗିଛି । ମଗରମୁଣ୍ଡାରେ ଗୋଠଛଡ଼ା ଦନ୍ତା ହାତୀ ବିଳମ୍ବିତ ରାତିରେ ୫ଟି ଘରର କାନ୍ଥ ଭାଙ୍ଗି ଦେଇଛନ୍ତି । ଫଳରେ ଗ୍ରାମବାସୀମାନଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଛି । 
ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ  ଦନ୍ତା ହାତୀ ପଲ ଗାଁ ଭିତରକୁ ପଶି ଆସି ଆତଙ୍କ ଖେଳାଇଦେଇଥିଲେ  । ହାତୀ ପଲ ଗାଁ ଭିତରେ ପଶି ୫ଟି ଘରର କାନ୍ଥ ଭାଙ୍ଗି ଦେଇଛନ୍ତି । ସେମାନଙ୍କ  ଧାନ, ଚାଉଳ ଓ ଫସଲ ନଷ୍ଟ କରିଦେଇଛନ୍ତି ହାତୀ ପଲ   । ଫଳରେ ଅଳ୍ପକେ ୩ରୁ ୪ ପରିବାରର ଲୋକେ ବର୍ତ୍ତି ଯାଇଛନ୍ତି । ଏନେଇ ଗ୍ରାମବାସୀମାନେ ବନ ବିଭାଗକୁ ଖବର ଦେଇଥିଲେ  ।