ଭୁବନେଶ୍ଵର କମୁଛି ସଂକ୍ରମଣ ସଂଖ୍ୟା ଗତ 24 ଘଣ୍ଟାରେ 485 ସଂକ୍ରମିତ ଚିହ୍ନଟ,1004 ସୁସ୍ଥ
Khabar Odisha:485-new-covid-positive-identified-in-bhubaneswar-in-last-24-Hour-and-1004-recover-also

ଭୁବନେଶ୍ୱର, ଜୁନ୍ 11(ଖବର ଓଡ଼ିଶା): ଗତ ୨୪ଘଣ୍ଟା ମଧ୍ୟରେ ଭୁବନେଶ୍ୱରରେ ମହାନଗର ନୀଗମରେ 485 ନୁଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ସଂକ୍ରମିତ ଚିହ୍ନଟ ହୋଇଥିବା 485 ଙ୍କ ମଧ୍ୟରୁ 383 ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ଏବଂ 102 ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଛନ୍ତି ।

ଗତ ୨୪ ଘଣ୍ଟାର 485 ନୁଆ ସଂକ୍ରମଣକୁ ମିଶାଇ ରାଜଧାନୀରେ ସକ୍ରିୟ ସଂକ୍ରମଣ ସଂଖ୍ୟା ଏବେ 5534 ରେ ପହଁଚିଥିବା ବେଳେ ମୋଟ ସଂକ୍ରମିତଙ୍କ ସଂଖ୍ୟା 83,170 ରେ ପହଁଚିଛି । ଏହା ସହିତ ଶେଷ ୨୪ଘଣ୍ଟାରେ 1004 ଜଣ ସୁସ୍ଥ ହୋଇଛନ୍ତି, ଏହାକୁ ମିଶାଇ ଏ ପର୍ଯ୍ୟନ୍ତ ମୋଟ 77,242 ରେ ପହଁଚିଛି । ତେବେ ଗତ ୨୪ଘଣ୍ଟା ଭିତରେ ଚାରି ଜଣଙ୍କର ମୃତ୍ୟୁ ଘଟି ରାଜଧାନୀରେ କରୋନାରେ ମୃତକଙ୍କ ସଂଖ୍ୟା 373 ରେ ପହଁଚିଛି।

  • Tags:

Subscribe

National International State Sports Entertainment