ଭୁବନେଶ୍ୱର: ଲାଞ୍ଚ ନେବା ଅଭିଯୋଗରେ ରାଜ୍ୟ ଦୁର୍ନୀତି ନିବାରଣ ନିର୍ଦ୍ଦେଶାଳୟ ଏକକାଳୀନ ୪ ଜଣ ସରକାରୀ ଅଧିକାରୀଙ୍କୁ ଗିରଫ କରିଛି । ଗିରଫଙ୍କ ମଧ୍ୟରେ ଅଛନ୍ତି ଗଜପତି ଜିଲ୍ଲା ପାରଳାଖେମୁଣ୍ଡ ସିଡିଏମଓ କାର୍ୟ୍ୟାଳୟର ଦୁଇ ଦୁଇ ଜଣ ସ୍ୱାସ୍ଥ୍ୟ କର୍ମୀ, ରାୟଗୁଡ଼ା ମୁନିଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଜଣେ କର୍ମଚାରୀ ଏବଂ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ୍ ଶିକ୍ଷା ଅଧିକାରୀଙ୍କ କାର୍ୟ୍ୟାଳୟର ଜଣେ କିରାଣୀ । ସମସ୍ତଙ୍କୁ ଭିଜିଲାନ୍ସ କୋର୍ଟକୁ ଚାଲାଣ କରାଯାଛି ।
ପାରଳାଖେମୁଣ୍ଡ ସିଡିଏମଓ କାର୍ୟ୍ୟାଳୟର କିରାଣୀ ଜଗଦୀଶ ପଟ୍ଟନାୟକ ଏବଂ ପିଅନ ନିରଞ୍ଜନ ନାୟକଙ୍କ ଟେବୁଲ ଡ୍ର’ରୁ ଲକ୍ଷାଧିକ ଟଙ୍କା ମିଳିଥିଲା । କିରାଣୀ ଜଗଦୀଶ ପଟ୍ଟନାୟକଙ୍କ ଡ୍ର’ରୁ ୫ ଲକ୍ଷ ୧୯ ହଜାର ୭୦୦ ଟଙ୍କା ଭିଜିଲାନ୍ସକୁ ମିଳିଥିଲା । ସେହିପରି ତାଙ୍କ ସରକାରୀ ବାସଭବନରୁ ଦେଢ଼ ଲକ୍ଷ ଟଙ୍କା ମିଳିଥିଲା । ମୋଟରେ ୬ ଲକ୍ଷ ୬୯ ହଜାର ୭୦୦ ଟଙ୍କା ଜବତ ହୋଇଥିଲା ।